ଭୁବନେଶ୍ୱର: ସଠିକ୍ ପୋଷଣ – ସମ୍ବୃଦ୍ଧ ଦେଶ। ଅପପୃଷ୍ଟି ମୁକ୍ତ ଭାରତ ପାଇଁ ମୋଦି ସରକାର ସଂକଳ୍ପବଦ୍ଧ। ଏହାକୁ ସାର୍ଥକ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ପ୍ରୟାସ ଜାରି ରଖିଛନ୍ତି। ଦେଶର ଭବିଷ୍ୟତ ବୋଲାଉଥିବା ଶିଶୁମାନଙ୍କୁ କିପରି କୁପୋଷଣରୁ ସୁପୋଷଣ ଆଡକୁ ନିଆଯିବ ଏବଂ ତାଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନ ଦେଇ ମୋଦି ସରକାର କେନ୍ଦ୍ରରେ ଅନେକ ଯୋଜନା ଆରମ୍ଭ କରିଛନ୍ତି। ୧୩ ଲକ୍ଷ ୨୦ ହଜାର ୨୨୮ ଜଣ ଅଙ୍ଗନବାଡ଼ି କର୍ମଚାରୀ ଏବଂ ୧୧ଲକ୍ଷ ୮୪ ହଜାର ୦୩୬ ଅଙ୍ଗନବାଡ଼ି ସହାୟକଙ୍କ ଜରିଆରେ ଦେଶରେ ବର୍ତ୍ତମାନ ୧୩ ଲକ୍ଷ ୯୯ ହଜାର ୬୯୭ଟି ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟ କରୁଛି। ଅର୍ଥିକ ସହାୟତା ମାଧ୍ୟମରେ ମା’ ଓ ଶିଶୁଙ୍କ ପୋଷଣ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମାତୃତ୍ୱ ଯୋଜନା ଅଧିନରେ ୨.୪ କୋଟିରୁ ଉର୍ଦ୍ଧ୍ୱ ଗର୍ଭବତୀ ମହିଳାଙ୍କୁ ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ଜନସଚେତା ସୃଷ୍ଟି କରିବା ପାଇଁ ସାରା ଦେଶରେ ୪୦ କୋଟିରୁ ଉର୍ଦ୍ଧ୍ୱ ପୋଷଣ କୈନ୍ଦ୍ରିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗର୍ଭାବସ୍ଥା ସମୟରେ କର୍ମଜୀବି ମହିଳାମାନଙ୍କ ମାତୃତ୍ୱ ଅବକାଶକୁ ୧୨ ସପ୍ତାହରୁ ୨୪୪ ସପ୍ତାହକୁ ବୃଦ୍ଧି କରାଯାଇଛି। ଗରିବ ମାନଙ୍କୁ ଅପପୃଷ୍ଟିରୁ ମୁକ୍ତି ଏବଂ ମହିଳା, ଶିଶୁ ଓ ସ୍ତନ୍ୟପାନ କରାଉଥିବା ମା’ ମାନଙ୍କୁ ଆବଶ୍ୟକୀୟ ପୋଷକତତ୍ତ୍ୱ ଯୋଗାଇ ଦେବା ପାଇଁ ବର୍ତ୍ତମାନ ସୁଦ୍ଧା ୭.୩୧ ଲକ୍ଷ ମେଟ୍ରିକ ଟନ ପୋଷକଯୁକ୍ତ ଚାଉଳ ଆବଣ୍ଟନ ହୋଇଛି। ପୋଷଣ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିବା ପାଇଁ ରାଜ୍ୟମାନଙ୍କୁ ୧୧.୦୩ ଲକ୍ଷ ସ୍ମାର୍ଟ ଫୋନ ଏବଂ ୧୧.୯୪ ଲକ୍ଷ ଗ୍ରୋଥ ମନିଟରିଂ ଯନ୍ତ୍ର ଓ ପୋଷଣ ଟ୍ରାକର ମାଧ୍ୟମରେ ହିତାଧିକାରୀମାନଙ୍କୁ ଯୋଡ଼ାଯାଇଛି। କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧିନରେ ୮୦ କୋଟି ଦେଶବାସୀଙ୍କୁ ୩.୪୦ ଲକ୍ଷ କୋଟି ଟଙ୍କା ବ୍ୟୟରେ ମାଗଣା ରାସନ ପ୍ରଦାନ କରିବା ନିଶ୍ଚିତ ଭଭାବେ ଐତିହାସିକ ପଦକ୍ଷେପ। ମୋଦି ସରକାରଙ୍କ ନିଷ୍ଠା କାରଣରୁ ୨୦୧୫ ମସିହାରୁ ୨୦୨୦ ମସିହା ମଧ୍ୟରେ ୫ ବର୍ଷରୁ କମ୍ ବୟସ୍କର ଶିଶୁଙ୍କ ପୋଷଣ ସୂଚକାଙ୍କରେ ବ୍ୟାପକ ସୁଧାର ଆସିଛି। ଏହା ଆମ ସମସ୍ତଙ୍କ ପାଇଁ ସୌଭାଗ୍ୟର କଥା ବୋଲି ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସମ୍ପାଦିକା ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି।
@Dr