Odiapua.com

ଫିଲ୍ମ ସୁଟିଂ ସମୟରେ ଟଳିପଡ଼ିଲେ ମାଲାୟାଲମ ଅଭିନେତା ପ୍ରବୀଶ ଚକ୍କଲକାଲ – ମୃତ୍ୟୁ

କୋଚି ୧୪ ସେପ୍ଟେମ୍ବର (ଓଡ଼ିଆ ପୁଅ) କୋଚିରେ ଏକ ଟେଲି ଫିଲ୍ମ ସୁଟିଂ ସେଟ୍ ରେ ସୁଂଟିଂ ସମୟରେ ମାଲାୟାଲମ୍ ଅଭିନେତା ତଥା ଡବିଂ କଳାକାର ପ୍ରବୀଶ ଚକ୍କଲକାଲଙ୍କ ଦେହାନ୍ତ ହୋଇଛି।

୪୪ ବର୍ଷୀୟ ଡବିଂ କଳାକାର କେରଳର କୋଚିରେ ଯେତେବେଳେ ସେ ୟୁଟ୍ୟୁବ୍ ଚ୍ୟାନେଲ୍ କୋଚିନ୍ କୋଲାଜ୍ ପାଇଁ ସୁଟିଂ କରୁଥିବା ସମୟରେ ହଠାତ ଟଳିପଡ଼ିଲେ ବୋଲି ସାମାକାଲିକା ମାଲାୟାଲମ୍ ରିପୋର୍ଟ କରିଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ହସ୍ପିଟାଲ ପହଞ୍ଚିବା ପର୍ଯ୍ୟନ୍ତ କଳାକାରଙ୍କର ନିଶ୍ୱାସ ଚାଲୁଥିଲା ଏବଂ ପହଁଚିବା କ୍ଷଣି ତାଙ୍କର ପ୍ରାଣବାୟୁ ଉଡ଼ାଯାଇଥିଲା।

ଏହି ଟିମ୍ କେରଳରେ ବର୍ଜ୍ୟବସ୍ତୁ ପରିଚାଳନା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ଛୋଟ ଟେଲି ଫିଲ୍ମ ସୁଟିଂ କରୁଥିଲା। ପ୍ରବୀଶ ଜଣେ ବିଦେଶୀ ଭୂମିକା ପାଇଁ ଅଭିନୟ କରିବାକୁ ସାଇନ କରିଥିଲେ। ତାଙ୍କର ସୁଟିଂ ଶେଷ କରିବା ପରେ ସହକର୍ମୀମାନଙ୍କ ସହିତ ଏକ ଗ୍ରୁପ୍ ଫଟୋ କ୍ଲିକ୍ କରିବା ସମୟରେ ପ୍ରବୀଶ ହଠାତ୍ ସେଟ୍ ଉପରେ ପଡ଼ିଯାଇଥିଲେ। ସେ ଫିଲ୍ମର ଭିଡିଓଗ୍ରାଫର ସୁଜିତଙ୍କୁ କହିଥିଲେ ଯେ ତାଙ୍କ ଜିଭ ଶୁଖିଯାଉଛି ଏବଂ ତାଙ୍କୁ ପିଇବା ପାଇଁ କିଛି ପାଣି ଦରକାର ବୋଲି ୱାନ ଇଣ୍ଡିଆର ଏକ ରିପୋର୍ଟରେ ଦର୍ଶାଯାଇଛି। ଏକ ଗ୍ଲାସ ପାଣି ପିଇବା ପରେ ସେ ଟଳି ପଡିଥିଲେ।

ପ୍ରବୀଶ ଅନେକ ଟେଲିଫିଲ୍ମରେ କାମ ପାଇଁ ଜଣାଶୁଣା। ସେ ବହୁ ଲୋକପ୍ରିୟ ମାଲାୟାଲମ୍ ଚଳଚ୍ଚିତ୍ରରେ ଜଣେ ଡବିଂ କଳାକାର ଭାବରେ କାର୍ଯ୍ୟ କରିଥିଲେ।