Odiapua.com

ହିନ୍ଦୁ ସଙ୍ଗଠନ ପକ୍ଷରୁ ମକର ମିଳନ ଉତ୍ସବ ପାଳିତ ..

ଭୁବନେଶ୍ୱର: ଆଞ୍ଚଳିକ ହିନ୍ଦୁ ସଙ୍ଗଠନ ପକ୍ଷରୁ ମକର ଉତ୍ସବ ସମିତି ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର, ଗୋଳବାଇ ଶାସନ ଏବଂ ଛଣଗିରୀ ଠାରେ ମକର ଉତ୍ସବ ପାଳିତ ହୋଇଯାଇଛି। ସଙ୍ଗଠନର କାର୍ଯ୍ୟକର୍ତ୍ତା ମାନେ ପ୍ରଥମେ ନିରାକାରପୁର ସ୍ଥିତ ଶ୍ରୀ ରାମଦୟା ପରିଷଦ ନିକଟରୁ ଏକ ବାଇକ୍ ରାଲିରେ ବାହାରି ଗୋଳବାଇ ଶାସନ ଅନ୍ତର୍ଗତ ମନ୍ଦାକିନୀ ନଦୀ ତଟରେ ଥିବା ଜଳେଶ୍ବର ଦେବଙ୍କ ପୀଠରେ ପହଞ୍ଚି ସେଠାରେ ହନୁମାନ ଚାଲିଶା ପାଠ ସହ ମକର ଉତ୍ସବ ପାଳନ କରିଥିଲେ। ଏହାପରେ ପୁଣି ସେଠାରୁ ବାହାରି ଛଣଗିରୀରେ ପହଞ୍ଚି ସେଠାରେ ସମସ୍ତ ସାହି ପରିକ୍ରମା କରିବା ସହିତ ମକର ଉତ୍ସବ ପାଳନ କରିଥିଲେ। ସନ୍ଧ୍ୟା ସମୟରେ ନିରାକାରପୁର ଶ୍ରୀ ରାମଦୟା ପରିଷଦ ପରିସରରେ ମକର ଉତ୍ସବ ପାଳନ ସହିତ ନିରାକାରପୁର ବଜାରରେ ମକର ଚାଉଳ ବଣ୍ଟନ କରାଯାଇ ଥିଲା। ଗୋଳବାଇ ଶାସନ ଜଳେଶ୍ବର ଦେବଙ୍କ ପୀଠରେ କାଶୀନାଥ ତରେଇଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ନବକୃଷ୍ଣ ମହାପାତ୍ର ଯୋଗଦେଇ ମକର ସଂକ୍ରାନ୍ତି ଉତ୍ସବର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିବା ବେଳେ ପ୍ରସାଦ କୁମାର ଦାସ ହିନ୍ଦୁ ଏକତାର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ଗୋଳବାଇ ସେବା ସମବାୟ ସମିତି ସଭାପତି ରମେଶ ଚନ୍ଦ୍ର ପ୍ରଧାନ ଏବଂ ବିଜେପି ଯୁବନେତା ଆଲୋକ ରଞ୍ଜନ ଛୋଟରାୟ ଯୋଗ ଦେଇଥିଲେ। ମନ୍ମଥ ରଞ୍ଜନ ବେହେରା, ଚିତ୍ତରଞ୍ଜନ ତ୍ରିପାଠୀ, ସଞ୍ଜୟ କୁମାର ରାଉତରାୟ, ସୁଶା ପ୍ରଧାନ, ବ୍ରହ୍ମାନନ୍ଦ ଦାସ, ସୌମେନ୍ଦ୍ର ବଡ଼ଜେନା, ଅଜିତ ସିଂହ, ଅବିନାଶ ସ୍ୱାଇଁ, ଲଳିତ ପଣ୍ଡିତରାୟ, ପ୍ରତ୍ୟୁଷ କୁମାର ସାମନ୍ତରାୟ, ଚନ୍ଦନ ପ୍ରଧାନ, ବିଶ୍ଵଜିତ ସ୍ୱାଇଁ, ସୁଶାନ୍ତ ସାହୁ, ରଙ୍କନାଥ ଜେନା, ରମେଶ ଚନ୍ଦ୍ର କଳସ, ପର୍ଶୁରାମ ଶ୍ରୀଚନ୍ଦନ, ଦିନବନ୍ଧୁ ଶ୍ରୀଚନ୍ଦନ, ଗଜେନ୍ଦ୍ର ତରେଇ, ଜ୍ୟୋତି ରଞ୍ଜନ ଜେନା ପ୍ରମୂଖ ହିନ୍ଦୁ ମହାସଭା, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ, ବିଶ୍ୱ ହିନ୍ଦୁ ପରିଷଦ, କେଶରୀୟା ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ମାନେ ସାମିଲ୍ ଥିଲେ।
-/Dr