Odiapua.com

ବାପୁଙ୍କ ପଣ୍ୟତିଥିରେ ବାପୁଙ୍କୁ ଅସମ୍ମାନ : ଆମେରୀକାରେ ଦୁର୍ବୃତ୍ତ ଭାଙ୍ଗିଲେ ଗାନ୍ଧୀଙ୍କ ମୂର୍ତ୍ତି, ଭାରତୀୟଙ୍କ ମଧ୍ୟରେ କ୍ରୋଧ

ନୂଆଦିଲ୍ଲୀ ୩୦ ଜାନୁଆରୀ (ଓଡିଆ ପୁଅ) ମହାତ୍ମା ଗାନ୍ଧୀଙ୍କର ଆଜି ପୁଣ୍ୟତିଥି ଅର୍ଥାତ୍ ଶ୍ରାଦ୍ଧ ବାର୍ଷିକୀ। ଆଜି ଦେଶରେ ପାଳିତ ହେଉଛି ବାପୁଙ୍କୁ ଦିଆଯାଉଛି ଶ୍ରଦ୍ଧାଞ୍ଜଳି। ଇତି ମଧ୍ୟରେ ଆମେରିକାର ମହାତ୍ମା ଗାନ୍ଧୀଙ୍କ ପ୍ରତି ଅସମ୍ମାନ ହେବାର ଖବର ଆସିଛି।

ଆମେରିକାର କାଲିଫର୍ନିଆର ଏକ ପାର୍କରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ କିଛି ଅଜ୍ଞାତ ଦୁର୍ବୃତ୍ତ ଭାଙ୍ଗିଦେଇଛନ୍ତି। ଏହି ଘଟଣାରେ ଆମେରିକାରେ ରହୁଥିବା ଭାରତୀୟ-ଆମେରିକୀୟମାନଙ୍କ ମଧ୍ୟରେ ବହୁତ କ୍ରୋଧ ଉତ୍ପନ୍ନ ହୋଇଛି।

ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବାପୁଙ୍କୁ ଅସମ୍ମାନରେ କ୍ରୋଧିତ ହୋଇ ଭାରତୀୟ ସମ୍ପ୍ରଦାୟ ଏହାକୁ ଏକ ଘୃଣ୍ୟ ଅପରାଧ ବୋଲି ବିଚାର କରିବାକୁ ଏବଂ ତୁରନ୍ତ ତଦନ୍ତ ଆରମ୍ଭ କରିବାକୁ ଦାବି କରିଛନ୍ତି।

ଉତ୍ତର କାଲିଫର୍ନିଆର ଡେଭିସ୍ ସିଟିର ଏକ ପାର୍କରେ ମହାତ୍ମା ଗାନ୍ଧୀଙ୍କ ଛଅ ଫୁଟ ଉଚ୍ଚ ଏବଂ ୨୯୪ କିଲୋଗ୍ରାମ କାଂସ୍ୟ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ଦୁର୍ବୃତ୍ତମାନେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଖରାପ କରିଦେଇଛନ୍ତି। ମୂର୍ତ୍ତିର ମୁହଁକୁ ଭାବେ ଭାଙ୍ଗି ଦିଆଯାଇଥିବା ବେଳେ ମୂର୍ତ୍ତିର ପାଦ ତଳୁ ଭାଙ୍ଗି ଦିଆଯାଇଛି।