Odiapua.com

ମଧ୍ୟପ୍ରଦେଶ : ଏସପି-ବିଏସପି ସମର୍ଥନ ସହିତ ଆସ୍ଥା ଭୋଟରେ ଜିତିଲେ ଶିବରାଜ ସିଂ

ଭୋପାଳ ୨୪-୩ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହାନ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛନ୍ତି। ଏହି ସମୟରେ ଗୃହରେ କୌଣସି ବିଧାୟକ ଉପସ୍ଥିତ ନଥିଲେ। ପ୍ରାୟ ଏକ ସପ୍ତାହ ରାଜନୈତିକ ଡ୍ରାମା ପରେ ଶିବରାଜ ସିଂ ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଆଶ୍ଚର୍ଯ୍ୟର କଥାଯେ, କଂଗ୍ରେସ ବିଧାୟକମାନେ ଗୃହରେ ଅନୁପସ୍ଥିତ ଥିବାବେଳେ ଏସପି, ବିଏସପି ଏବଂ ସ୍ୱାଧିନ ବିଧାୟକମାନେ ଟ୍ରଷ୍ଟ ଭୋଟକୁ ସମର୍ଥନ କରିଥିଲେ। ଏହାପୂର୍ବରୁ ବାଚସ୍ପତି ଏନ.ପି ପ୍ରଜାପତି ଶିବରାଜଙ୍କ ପ୍ରସ୍ତାବ ଉପସ୍ଥାପନ କରିବା ପୂର୍ବରୁ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ଗୃହରେ ବିଧାୟକଙ୍କ ସଂଖ୍ୟା ୨୦୬ ଅଟେ। ସୂଚନା ଅନୁଯାୟୀ, ବିଧାନସଭା ଅଧିବେଶନ ୨୭ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ।