Odiapua.com

ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ଲକ୍ଷ୍ନୌର ମେଦାନ୍ତା ହସ୍ପିଟାଲରେ ପରଲୋକ

ଲକ୍ଷ୍ନୌ ୨୧-୭ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ମଙ୍ଗଳବାର ସକାଳେ ଲକ୍ଷ୍ନୌର ମେଦାନ୍ତା ହସ୍ପିଟାଲରେ ମୃତ୍ୟୁ ହୋଇଛି। ଟ୍ୱିଟ୍ କରି ଉତ୍ତରପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ତଥା ପୁଅ ଆଶୁତୋଷ ଟଣ୍ଡନ୍ ଏହି ସୂଚନା ଦେଇଛନ୍ତି।
ଲାଲଜୀ ଟଣ୍ଡନ୍ ପ୍ରାୟ ଦେଢ଼ ମାସ ଧରି ମେଦାନ୍ତା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
କିଡନୀ ଏବଂ ଯକୃତ ଜନିତ ସମସ୍ୟାରେ ପୀଡିତ ହେବା ପରେ ଲାଲଜୀ ଟଣ୍ଡନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।