Odiapua.com

୮ରେ ବଙ୍ଗୋପସାଗରରେ ଲଘୁଚାପ – ୧୦ରୁ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ୱର ୪-୬ (ଓଡ଼ିଆ ପୁଅ) : ଆସନ୍ତା ୮ ତାରିଖରେ ବଙ୍ଗୋପ ସାଗରରେ ଦାନାବାନ୍ଧୁଛି ଲଘୁଚାପ। ଏହା ଫଳରେ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଓଡ଼ିଶାକୁ ମୌସୁମିକୁ ବାଟ କଢ଼ାଇବ ଏହି ଲଘୁଚାପ। ତେବେ ଓଡ଼ିଶାକୁ ଜୁନ ୯ ରୁ ୧୧ ଭିତରେ ମୌସୁମି ପ୍ରବେଶ କରିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏଥର ସାରା ଦେଶରେ ମୌସୁମୀ ବର୍ଷା ସ୍ବାଭାବିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବରୁ କହିସାରିଛି।

ଆଉ ୭ ଦିନ ପରେ ଓଡ଼ିଶାରେ ପହଁଚିବ ମୌସୁମୀ। ଲଘୁଚାପ ପ୍ରଭାବରେ ମୌସୁମୀ ଅଧିକ ସକ୍ରିୟ ହେବ ଏବଂ ଆଗକୁ ବଢ଼ିବ। ମୌସୁମୀ ଉପୂକଳ ଓଡ଼ିଶା ବାଲେଶ୍ୱର, ପୁରୀ ଦେଇ ରାଜ୍ୟକୁ ପ୍ରବେଶ କରିବ। ଉପକୂଳବର୍ତ୍ତୀ ଜିଲା କେନ୍ଦ୍ରାପଡ଼ା, କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ, ଜଗତ୍ସିଂହପୁର, ପୁରୀ ଆଦି ଜିଲାରେ ବର୍ଷା ପରିମାଣ ବଢ଼ିବ। ଚଳିତ ବର୍ଷ ମୌସୁମୀ ଭଲ ବର୍ଷିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।