Odiapua.com

ପ୍ରଥମେ ପ୍ରେମ, ବିବାହର ପ୍ରତିଶୃତି ଦେଇ ଶାରିରୀକ ସଂପର୍କ – ଏବେ …

ପାଣିକୋଇଲି ୧୯/୬(ଓଡ଼ିଆ ପୁଅ/ଭାସ୍କର ସାହୁ) ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ମୁଣ୍ଡରେ ସିନ୍ଦୁର ଲଗାଇ ଶାରିରୀକ ସଂପର୍କ ରଖି ବିବାହ କରିବାକୁ ପ୍ରତିଶୃତି ଦେଇଥିଲା କିନ୍ତୁ ବିବାହକୁ ପ୍ରତ୍ୟାଖାନ କରିବାରୁ ଶେଷରେ ତାଙ୍କୁ ଜେଲ ଯିବାକୁ ପଡିଛି।

ସୂଚନା ମୁତାବକ ପାଣିକୋଇଲି ଥାନା ଅନ୍ତର୍ଗତ ତଣ୍ଡରା ପଂଚାୟତ ବରେଇ ଅଂଚଳର ଜଣେ ଯୁବତୀଙ୍କୁ ତଣ୍ଡରା ଗ୍ରାମର କୃଷ୍ଣ ଦଳେଇଙ୍କ ପୁଅ ଚକରା ଭଲ ପାଉଥିଲା। ବିବାହର ପ୍ରତିଶୃତି ଦେଇ ଶାରିରୀକ ସଂପର୍କ ମଧ୍ୟ ରଖିଥିଲା କିନ୍ତୁ ଯୁବତୀ ଜଣଙ୍କ ବିବାହ ପାଇଁ ଜିଦ୍ ଧରିବାରୁ ସେ ପ୍ରତ୍ୟାଖାନ କରି ଫେରାର ହେବାକୁ ଚେଷ୍ଟା କରିଥିଲା।

କିନ୍ତୁ ଯୁବତୀଙ୍କ ବାପା ଏ ବିଷୟରେ ପାଣିକୋଇଲି ଥାନାରେ ଲିଖିତ ଅଭିଯୋଗ କରିବାପରେ ଥାନା କେସ୍ ନଂ ୧୩୧/୨୦ ରେ ଏକ ମାମଲା ରୁଜୁ କରାଯାଇ ପୁଲିସ ଗତ ବୁଧବାର ରାତିରେ ଯୁବକଙ୍କୁ ନିଜ ଘରୁ ଉଠାଇ ଆଣି ଥାନାରେ ଅଟକ ରଖିଥିଲା। କିନ୍ତୁ ଆଜି ସଂପୃକ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି।