Odiapua.com

ଦିନ ଦ୍ୱିପ୍ରହରରେ ଆଠ ଭରି ସୁନା ଗହଣା ସହ ନଗଦ ଟଙ୍କା ଚୋରି

ଟିଟିଲାଗଡ଼ ୧୩-୧୧ (ଓଡ଼ିଆ ପୁଅ) ଟିଟିଲାଗଡ଼ ମ୍ୟୁନିସିପାଲଟି ଅଧିନସ୍ଥ ୧୪ ନମ୍ବର ୱାର୍ଡ ସ୍ଥିତ ଏକ ଘରୁ ଆଠ ଭରି ସୁନା ଗହଣା ସହ ପନ୍ଦର ହଜାର ଟଙ୍କା ଚୋରୀ ହୋଇଯାଇଥିବା ନେଇ ସ୍ଥାନୀୟ ଟିଟିଲାଗଡ଼ ଥାନାରେ ଏତଲା ଦାୟର କରାଯାଇଛି। ପ୍ରକାଶ ଯେ ଗତ ରବିବାର ଦିନ ଏହି ୱାର୍ଡ ବାସିନ୍ଦା ବିପିନ କୁମାର ତ୍ରିପାଠୀଙ୍କ ଘର ପଛପଟ ଝରକା କିଛି ଦୁର୍ବୃତ୍ତ ତଡିଦେଇ ଘର ଭିତରେ ପଶି ଏହି ସୁନା ଗହଣା ଓ ନଗଡ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଏହି ଚୋରି ରାତି ରେ ନ ଘଟି ଦିନ ପ୍ରାୟ ମଧ୍ୟାହ୍ନ ସମୟରେ ହୋଇଥିବା ଜଣାପଡିଛି। ଏପରି କୌଶଳ ଉପାୟରେ ଚୋରି ହୋଇଥିଲା ଯେ କେହି କିଛି ଜାଣି ପାରିନଥିଲେ। ଏ ନେଇ ଟିଟିଲାଗଡ଼ ପୋଲିସ ଏକ ମାମଲା ରୁଜ୍ଜୁ କରିଥିବା ବେଳେ ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନିଜେ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ପୋଲିସ କାହାକୁ କାବୁ କରିପାରିନାହାନ୍ତି।