Odiapua.com

ଲୋକସଭାରେ ନଦୀବନ୍ଧ ସୁରକ୍ଷା ବିଧେୟକ ୨୦୧୯ ପାରିତ

ନୂଆ ଦିଲ୍ଲୀ ୨-୮ (ଓଡ଼ିଆ ପୁଅ) ଲୋକସଭାରେ ନଦୀବନ୍ଧ ସୁରକ୍ଷା ବିଧେୟକ ୨୦୧୯ ପାରିତ ହୋଇଯାଇଛି। ଏହି ବିଧେୟକ ଉପରେ ଚର୍ଚ୍ଚା ଆରମ୍ଭ ହେବା କ୍ଷଣି ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାବତ କହିଥିଲେଯେ, ଦେଶରେ ୫୭୪୫ ନଦୀବନ୍ଧରୁ ୨୯୩ଟି ନଦୀବନ୍ଧର ବୟସ ୧୦୦ ବର୍ଷରୁ ଅଧିକ ହୋଇଗଲାଣି। ୯୨ ପ୍ରତିଶତ ବନ୍ଧ ଏକରୁ ଅଧିକ ରାଜ୍ୟର ନଦୀଗୁଡ଼ିକର ବେସିନ ରେ ନି୍ରମାଣ କରାଯାଇଛି। ସେହିପରି ୧୩ ବନ୍ଧ ଏପରି ଅଛି ଯେଉଁଠାରେ ଏକ ରାଜ୍ୟର ନଦୀବନ୍ଧ ଅନ୍ୟ ରାଜ୍ୟରେ ଅଛି। ଅନେକ ନଦୀବନ୍ଧ ଏପରିକି ଯାହାଉପରେ ଦୁଇଟି ରାଜ୍ୟର ଅଧିକାର ଅଛି। ଏପରି କ୍ଷେତ୍ରରେ ନଦୀବନ୍ଧର ସୁରକ୍ଷା ଏବଂ ଦେଖାରେଖା ପାଇଁ ଏକ ରାଷ୍ଟ୍ରୀୟ ପ୍ରୋଟୋକଲ ବନିବା ଜରୁରୀ ଅଟେ ବୋଲି ଗଜେନ୍ଦ୍ର ସିଂହ ଶେଖାବତ ପ୍ରକାଶ କରିଥିଲେ।

ଓଡ଼ିଶାର ବିଜେପି ସାଂସଦ ସୁରେଶ ପୁଜାରୀ ହୀରାକୁଜ ନଦୀ ବନ୍ଧ କହିଥିଲେଯେ, ହୀରୀକୁଦ ନଦୀବନ୍ଧ ନିର୍ମାଣ କରିବା ସମୟରେ ହଜାର ହଜାର ପରିବାରକୁ ନିଜର ଘର ଛାଡ଼ିବାକୁ ପଡ଼ିଥିଲା। ତାଙ୍କୁ ନା କ୍ଷତିପୂରଣ ମିଳିଲା ନାଁ ତାଙ୍କର ପୁନର୍ବାସ କରାଗଲା। ଏହି ଏକ ପରିଯୋଜନାରେ ସବୁଠାରୁ ଅଧିକ ଲୋକମାନଙ୍କୁ ବିସ୍ଥାପିତ ହେବାକୁ ପଡ଼ିଥିଲା। ସେହି ନଦୀ ବନ୍ଧର ସ୍ଥିତି ମଧ୍ୟ ଦୟନୀୟ ଅଟେ।