ନୂଆଦିଲ୍ଲୀ ଫେବୃଆରୀ ୨୨ (ଓଡ଼ିଆ ପୁଅ) ଦାଦ୍ରା ଏବଂ ନାଗର ହାବେଳୀରର ଲୋକସଭା ସାଂସଦ ମୋହନ ଡେଲକର ମୁମ୍ବାଇର ଏକ ହୋଟେଲରେ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି। ସାଂସଦ ମୋହନ ଡେଲକରଙ୍କ ମୃତଦେହ ଦକ୍ଷିଣ ମୁମ୍ବାଇର ହୋଟେଲ ସି ଗ୍ରୀନ୍ରୁ ମିଳିଛି। ହୋଟେଲ ରୁମରେ ମୋହନ ଡେଲକର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ମୋହନଙ୍କ ହୋଟେଲ ରୁମରେ ଥିବା କୋଠରୀରେ ଏକ ସୁଇସାଇଡ୍ ନୋଟ ମିଳିଛି, ଯାହାର ବର୍ତ୍ତମାନ ଯାଞ୍ଚ କରାଯାଉଛି। ମୃତ୍ୟୁର ପ୍ରକୃତ କାରଣ ଏହା ପରେ ଜଣାପଡ଼ିବ। ମୁମ୍ବାଇ ପୋଲିସ କହିଛି ଯେ, ମୋହନ ଡେଲକରଙ୍କ ମୃତଦେହ ମିଳିଥିବା ଆତ୍ମହତ୍ୟା ନୋଟ ଗୁଜୁରାଟୀରେ ଲେଖାଯାଇଛି। ମୋହନ ଡେଲକରଙ୍କ ଆତ୍ମହତ୍ୟା ନୋଟ ପାଞ୍ଚ ରୁ ଛଅ ପୃଷ୍ଠାର ଲମ୍ବା ହୋଇଥିବା ବେଳେ ଏଥିରେ ପ୍ରାୟ ୪୦ ଜଣଙ୍କ ନାମ ରହିଛି।
ସୂଚନାଯୋଗ୍ୟଯେ, ମୋହନ ଡେଲକର ୨୦୧୯ ରେ କଂଗ୍ରେସ ଛାଡି ସେହି ବର୍ଷ ସାଧାରଣ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଜିତିଥିଲେ। ତାଙ୍କ ପତ୍ନୀ, ପୁଅ ଏବଂ ଝିଅଙ୍କୁ ଛାଡି ଆତ୍ମହତ୍ୟା କରିଛନ୍ତି।