Odiapua.com

ଲକ୍‌ଡାଉନ୍‌ ୫.୦ ରେ ରାଜ୍ୟ ସରକାରଙ୍କ ନୂଆ ଗାଇଡ୍‌ଲାଇନ୍ସ – ପଢ଼ନ୍ତୁ

ଭୁବନେଶ୍ୱର ୧-୬ (ଓଡ଼ିଆ ପୁଅ) କରୋନାକୁ ନେଇ କେନ୍ଦ୍ର ସରକାର କଟକଣାରେ କିଛି କୋହଳ କରିଥିବା ବେଳେ। ଆଜିଠାରୁ ଲକ୍‌ଡାଉନ୍‌ ୫ ଆରମ୍ଭ ହୋଇଛି। କିନ୍ତୁ ରାଜ୍ୟରେ କଟକଣା ପୁଣି କଠୋର କରାଯାଇଛି। ସ୍ଥିତି ଉଦ୍‌ବେଗଜନକ ଥିବାରୁ ରାଜ୍ୟ ସରକାର କଡ଼ା ଅଭାମୁଖ୍ୟ ଗ୍ରହଣ କରିଛନ୍ତି। ଏନେଇ ଆଜି ରାଜ୍ୟ ମୁଖ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି।

ଜାଣନ୍ତୁ କ’ଣ ସବୁ ନୂଆ ନିର୍ଦ୍ଦେଶାବଳୀ

– ୧୧ ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସଟଡାଉନ
– ୧୧ ଜିଲ୍ଲା ହେଲେ – ଗଞ୍ଜାମ, ପୁରୀ, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ଯାଜପୁର, ନୟାଗଡ, କଟକ, ବାଲେଶ୍ୱର, ବଲାଙ୍ଗୀର। କିନ୍ତୁ ଜରୁରୀ ସେବା ଜାରି ରହିବ। ହସ୍ପିଟାଲ ଓ ଔଷଧ ଦୋକାନ ଖୋଲାରହିବ। ପେଟ୍ରୋଲ ପମ୍ପ ଖୋଲା ରହିବ, ଗଣମାଧ୍ୟମକୁ ଅନୁମତି। ଜଳଯୋଗାଣ, ବିଦ୍ୟୁତ ସେବା ଜାରି ରହିବ। କିନ୍ତୁ ବଜାର, ଅଫିସ, ଗ୍ରୋସରୀ ଦୋକାନ ବନ୍ଦ ରହିବ।
– ଜୁନ୍ ୩୦ ପର୍ଯ୍ୟନ୍ତ ସପିଂ ମଲ୍ ବନ୍ଦ
– ଜୁଲାଇ ୩୧ ଯାଏଁ ସ୍କୁଲ, କଲେଜ୍, କୋଚିଂ ସେଣ୍ଟର ବନ୍ଦ
– ଜୁନ୍ ୩୦ ଯାଏଁ ଧର୍ମାନୁଷ୍ଠାନ ବନ୍ଦ
– ଅନ୍ତର୍ଜାତୀୟ ବିମାନସେବା ୩୦ ଜୁନ୍ ପର୍ଯ୍ୟନ୍ତ ବନ୍ଦ
– ସିନେମା ହଲ୍, ଜିମ୍, ପାର୍କ, ବାର୍, ଅଡି଼ଟୋରିୟମ୍ ଜୁନ୍ ୩୦ ଯାଏଁ ବନ୍ଦ
– ଜୁନ୍ ୩୦ ଯାଏଁ କୌଣସି ସମାବେଶକୁ ଅନୁମତି ନାହିଁ
– ବାହାରେ ଛେପ ପକାଇଲେ ଜରିମାନା
– ମାସ୍କ ନପିନ୍ଧିଲେ ଜରିମାନା।
ମାସ୍କ ନପିନ୍ଧିଲେ ଓ ଛେପ ପକାଇଲେ ୫୦୦ଟଙ୍କା ଜରିମାନା ଆଦାୟ କରାଯିବ। ପ୍ରଥମ ଥର ପାଇଁ ଧରାପଡ଼ିଲେ ୨୦୦ଟଙ୍କା ଜରିମାନା, ସେହିପରି ଦ୍ୱିତୀୟଥର ୫୦୦ କିନ୍ତୁ ତୃତୀୟଥର ୧୦୦୦ ଟଙ୍କା ଫାଇନ ଦେବାକୁ ପଡ଼ିବ।
– ୩୦% କ୍ଷମତାକୁ ନେଇ ଖୋଲିପାରିବ ହୋଟେଲ।
– ସେହିପରି ସିନେମା ହଲ୍, ଜିମ୍ନାସିୟମ, ସୁଇମିଂ ପୁଲ୍ ବି ଜୁନ୍ ଶେଷ ଯାଏ ବନ୍ଦ ରହିବ।
– ସେହିପରି ସାମାଜିକ, ରାଜନୈତିକ, ଧର୍ମୀୟ ସମାବେଶ ମଧ୍ୟ ବନ୍ଦ ରହିବ।
– ଅନ୍ତ୍ୟେଷ୍ଟି କ୍ରିୟା ଅନୁମତି ନେଇ ୨୦ ଜଣ ଏକାଠି ହୋଇପାରିବେ।
– ବିବାହ କାର୍ଯ୍ୟ ପାଇଁ ଅନୁମତି ନେଇ ୫୦ ଜଣ ଏକାଠି ହୋଇପାରିବେ।