Odiapua.com

ଆଜି ଆଡ଼ଭାଣୀଙ୍କ ଜନ୍ମଦିନ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, କେକ୍ କାଟିଲେ ଉପରାଷ୍ଟ୍ରପତି ..

ନୂଆଦିଲ୍ଲୀ: ବିଜେପିର ପ୍ରତିଷ୍ଠାତା ସଦସ୍ୟ, ବରିଷ୍ଟ ନେତା ଲାଲକୃଷ୍ଣ ଆଡ଼ଭାଣୀ ଆଜି ୯୪ ବର୍ଷରେ ପଦାର୍ପଣ କରିଛନ୍ତି। ଆଡଭାଣୀଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉପ- ରାଷ୍ଟ୍ରପତି ଏମ କେ ଭେଙ୍କେୟା ନାଇଡୁଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୂଖ ତାଙ୍କ ବାସଭବନକୁ ଯାଇ ଜନ୍ମଦିନ ଅବସରରେ ଆଡ଼ଭାଣୀଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି। ଜନ୍ମଦିନ ପାଳନ ଅବସରରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଆଡଭାନୀଙ୍କ ହାତ ଧରି କେକ୍ କାଟିଥିଲେ।
ଆଜି ଆଡ଼ଭାଣୀଙ୍କ ଜନ୍ମଦିନ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି ..
ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ଟ୍ବିଟ୍ କରି କହିଛନ୍ତି, “ଆଦରଣୀୟ ଆଡ଼ଭାଣୀ ଜୀ’ଙ୍କୁ ଜନ୍ମଦିନରେ ଶୁଭକାମନା। ତାଙ୍କର ଦୀର୍ଘ ଓ ସ୍ବାସ୍ଥ୍ୟ ଜୀବନର କାମନା କରୁଛି। ଲୋକଙ୍କୁ ସଶକ୍ତ କରିବା ଓ ସାଂସ୍କୃତି ଗୌରବକୁ ବଢ଼ାଇବା ପାଇଁ ତାଙ୍କର ଚେଷ୍ଟା ପାଇଁ ରାଷ୍ଟ୍ର ସବୁବେଳେ ଋଣୀ ରହିବ”।
-@DevDr