Odiapua.com

ହିନ୍ଦୁ ସଙ୍ଗଠନ ଗୋରକ୍ଷକଙ୍କ ପକ୍ଷରୁ ଆହତ ଷଣ୍ଢର ଲାଇଭ୍ ଟ୍ରିଟମେଣ୍ଟ୍: ଦେଖନ୍ତୁ ଭିଡିଓ ..

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଳବାଇ ଶାସନ ଗ୍ରାମରେ ବୁଲୁଥିବା ଗୁରୁତ୍ୱର ଆହତ ଏକ ଷଣ୍ଢର ଚିକିତ୍ସା କରାଇଛନ୍ତି ହିନ୍ଦୁ ସଙ୍ଗଠନ କାର୍ଯ୍ୟକର୍ତ୍ତା ଏବଂ ଗୋରକ୍ଷକ। ଗୋଳବାଇ ଅଞ୍ଚଳରେ ବୁଲୁଥିବା ଏହି ଷଣ୍ଢଟି ବିଷୟରେ ଖବର ପାଇ ନିରାକାରପୁର ହିନ୍ଦୁ ସଙ୍ଗଠନ କାର୍ଯ୍ୟକର୍ତ୍ତା, ଗୋସେବକ ମାନେ ଗୋଳବାଇରେ ପହଞ୍ଚି ଗ୍ରାମର କିଛି ଉଦ୍ୟୋଗ ଯୁବକଙ୍କ ସହାୟତାରେ ଷଣ୍ଢଟିକୁ ଠାବ କରି ତାକୁ ଆୟତ କରି ତାର ଚିକିତ୍ସା କରାଇଥିଲେ। ଏଥିରେ ସଙ୍ଗଠନର ପ୍ରମୂଖ କାର୍ଯ୍ୟକର୍ତ୍ତା ମନ୍ମଥ ରଞ୍ଜନ ବେହେରା, ସୁଧୀର ତ୍ରିପାଠୀ, ସଞ୍ଜୟ କୁମାର ରାଉତରାୟ, ବ୍ରହ୍ମାନନ୍ଦ ଦାସ, ଅବିନାଶ ସ୍ୱାଇଁ, ଚନ୍ଦନ ପ୍ରଧାନ, ଜ୍ୟୋତି ରଞ୍ଜନ ଜେନା, ଦିନବନ୍ଧୁ ଶ୍ରୀଚନ୍ଦନ ଏବଂ ରଶ୍ମିରଞ୍ଜନ ପ୍ରଧାନ ପ୍ରମୂଖ ସାମିଲ୍ ଥିଲେ। ସୂଚନାଯୋଗ୍ୟ ଯେ ସ୍ଥାନୀୟ ହିନ୍ଦୁ ସଙ୍ଗଠନର କାର୍ଯ୍ୟକର୍ତ୍ତା ଗୋରକ୍ଷକ ମାନେ ଅଞ୍ଚଳରେ ଅନେକ ଆହତ ଗୋରୁ, ଗାଈ, ଷଣ୍ଢ ଆଦିଙ୍କର ଚିକିତ୍ସା କରାଇବା ସହିତ ବେଆଇନ୍ ଗୋଚାଲାଣ ଉପରେ ଚଢ଼ଉ କରି ଅଞ୍ଚଳରେ ପ୍ରଶଂସାର ପାତ୍ର ସାଜିଛନ୍ତି।
ହିନ୍ଦୁ ସଙ୍ଗଠନ ଗୋରକ୍ଷକଙ୍କ ପକ୍ଷରୁ ଆହତ ଷଣ୍ଢର ଲାଇଭ୍ ଟ୍ରିଟମେଣ୍ଟ୍ ..
ଏବେ ନିକଟରେ ନିରାକାରପୁର ଥାନା ଅନ୍ତର୍ଗତ ଭଗବତୀପଡ଼ା ନିକଟରେ କେହି ଜଣେ ଦୁର୍ବୁତ୍ତ ଏକ ଷଣ୍ଢ ଦେହରେ (ପଛ ପାଖରେ) ଏକ ଲୁହାରର୍ଡ ଭୂଷି ଦେଇଥିଲା। ଷଣ୍ଢ ଦେହରେ ଲୁହାରର୍ଡଟି ସେମିତି ଲାଗି ରହିଥିଲା। ଏ’ ସଂକ୍ରାନ୍ତରେ ଖବର ପାଇ ନିରାକାରପୁର ଅଞ୍ଚଳର ହିନ୍ଦୁ ସଙ୍ଗଠନ କାର୍ଯ୍ୟକର୍ତ୍ତା ଏବଂ ଗୋସେବକ ସଂପୃକ୍ତ ଅଞ୍ଚଳରେ ପହଞ୍ଚି ଷଣ୍ଢଟିକୁ ପ୍ରଥମେ ଆୟତ କରି ତା’ ଦେହରୁ ଲୁହାରର୍ଡ କାଢ଼ିବା ସହ ତା’ର ଚିକିତ୍ସା କରାଇଥିଲେ। ସଂପୃକ୍ତ ଷଣ୍ଢଟି ଏବେ ସୁସ୍ଥ ରହିଥିବା ଜଣାପଡ଼ିଛି। ଫସଲ ଖାଉଥିବା ଯୋଗୁଁ କେହି ଦୁର୍ବୁତ୍ତ ନୃଶଂସ ହୋଇ ଷଣ୍ଢ ଦେହରେ ଲୁହାରର୍ଡଟି ଭୂଷି ଦେଇଥିବା କୁହାଯାଉଛି। ପଶୁ ନିଷ୍ଠୁରତା ନିବାରଣ ଆଇନ ଅନୁଯାୟୀ ଏହା ଏକ ଦଣ୍ଡନୀୟ ଅପରାଧ। ଏପରି ନୃଶଂସ ଆଚରଣ ପ୍ରଦର୍ଶନ କରୁଥିବା ଦୁର୍ବୁତ୍ତଙ୍କୁ ଠାବ କରି ପୋଲିସ୍ ପ୍ରଶାସନ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ନଚେତ୍ ଆମେ ଦଣ୍ଡ ଦେବାକୁ ପଛେଇବୁ ନାହିଁ ବୋଲି ହିନ୍ଦୁ ମହାସଭା ପକ୍ଷରୁ ଚେତାବନୀ ଦିଆଯାଇଛି।
-/Dr