Odiapua.com

ଚିନ୍ତାମଣି ବିଦ୍ୟା ନିକେତନରେ ବିଦ୍ୟାଳୟ ପ୍ରତିଷ୍ଠାତା ଏବଂ ଆଦର୍ଶ ପ୍ରଧାନ ଶିକ୍ଷକଙ୍କ ପ୍ରତିମୂର୍ତ୍ତି ସ୍ଥାପିତ

ଖୋର୍ଦ୍ଧା:ଖୋର୍ଦ୍ଧା ଜିଲ୍ଲା ନରଣଗଡ଼ ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ଲିଙ୍ଗରାଜ ପାଇକରାୟ ଏବଂ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷକ ସ୍ୱର୍ଗତ ପଦ୍ମନାଭ ରଥଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି।ବିଦ୍ୟାଳୟର ପ୍ରତିଷ୍ଠାତା ଲିଙ୍ଗରାଜ ପାଇକରାୟ ୦୧,୦୪ ୧୯୦୧ରେ ଜନ୍ମ ଗ୍ରହଣ କରି ୧୫,୦୧,୧୯୯୨ରେ ତିରୋଧାନ ଗ୍ରହଣ କରିଥିଲେ।ସେହିପରି ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷକ ପଦ୍ମନାଭ ରଥ ୧୨,୦୨,୧୯୩୭ରେ ଜନ୍ମ ଗ୍ରହଣ କରି ୦୫,୦୪,୨୦୧୪ରେ ତିରୋଧାନ ଗ୍ରହଣ କରିଥିଲେ।ଲିଙ୍ଗରାଜ ପାଇକରାୟ ଏବଂ ପଦ୍ମନାଭ ରଥଙ୍କ ପ୍ରତି ବିଦ୍ୟାଳୟ ସମେତ ସଂପୃକ୍ତ ଅଞ୍ଚଳବାସୀଙ୍କ ମନରେ ଗଭୀର ଶ୍ରଦ୍ଧା ରହିଛି।/ଦେବଦତ୍ତ