ଭଦ୍ରକ: ଅବିଭକ୍ତ ବାଲେଶ୍ବର ଜିଲ୍ଲାର ଅନ୍ୟତମ ପୂରାତନ ଆଧ୍ୟାତ୍ମିକ ଅନୁଷ୍ଠାନ ମଙ୍ଗଳପୁର କୀର୍ତ୍ତନ ମଣ୍ଡପର ନବନିର୍ମାଣ ସହିତ ଉଜ୍ଜ୍ବଳ ଆଲୋକିକରଣ କାର୍ଯ୍ୟ ସମ୍ପାଦିତ ହୋଇଛି। ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ଉଦ୍ୟମ କ୍ରମେ ଏପରି ଆକର୍ଷଣୀୟ କାର୍ଯ୍ୟ ସମ୍ଭବ ହୋଇଛି। ଆଜି ଏହି ଦୁଇ ପ୍ରକଳ୍ପର ଉଦ୍ଘାଟନ ହୋଇଯାଇଛି। ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅସୁରାଳି (୧୨ ନମ୍ବର) ଜୋନ୍ ଜିଲ୍ଲା ପରିଷଦ ସଦସ୍ୟା ଉମାମଣୀ ସାହୁ ଏବଂ ଖପରପଦା ସରପଞ୍ଚ ଗୟାଧର ନାୟକ ପ୍ରମୂଖ ଯୋଗଦେଇଥିଲେ।