Odiapua.com

ହାଇଦର ଘଟଣାରେ ରାଜ୍ୟ ସରକାରଙ୍କୁ ଲେଖାଶ୍ରୀଙ୍କ ପ୍ରଶ୍ନବାଣ ..

ଭୁବନେଶ୍ୱର: କୁଖ୍ୟାତ ଅପରାଧୀ ହାଇଦର ଫେରାର ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର। ତେଲାଙ୍ଗାନାରୁ ହାଇଦରକୁ ସେଠାକାର ପୋଲିସ ଗିରଫ କରିଥିଲାବେଳେ ଓଡ଼ିଶା ସରକାର ପିଠି ଥାପୁଡ଼ାଉଛନ୍ତି ବୋଲି ସେ କହିଛନ୍ତି। ଚିକିତ୍ସା ପାଇଁ ଆସିଥିବା ହାଇଦର ହସ୍ପିଟାଲରେ ଥିବାବେଳେ ପୋଲିସ ହୋଟେଲରେ ରହୁଥିଲା। କେବଳ ଏତିକି ନୁହେଁ, କଡ଼ା ସୁରକ୍ଷାରେ ଥିବା ଜେଲ୍ ଭିତରେ ହାଇଦର ମୋବାଇଲ୍ ବ୍ୟବହାର କରିବା ସହ ବାହାରର ଅପରାଧକୁ ମଧ୍ୟ ନିୟନ୍ତ୍ରଣ କରୁଥିଲା। ତା’ ସହିତ ଝିଅମାନଙ୍କୁ ଦାଦାବଟି ଆଦାୟରେ ଲଗାଉଥିଲା ବୋଲି ଲେଖାଶ୍ରୀ କହିଛନ୍ତି। ତେବେ ଜେଲ୍ ଭିତରେ ହାଇଦର ମୋବାଇଲ୍ ଧରିବା, ଅପରାଧ କାର୍ଯ୍ୟକଳାପ କରିବା ଓ ତାକୁ ଭଲ ଖାଇବା କିଏ ଯୋଗାଉଥିଲା ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି। ସେହିପରି ହାଇଦର ଭଳି ଜଣେ କୁଖ୍ୟାତ ଅପରାଧୀ ଯେତେବେଳେ ଦୁ‍ଇ ଦୁ‍ଇଟି ଆଜୀବନ କାରାଦଣ୍ଡ ଭୋଗୁଥିଲା, ଜେଲରେ ଥାଇ ବାରମ୍ବାର ଡାକ୍ତରଖାନା କିପରି ଯାଉଥିଲା? ତା’ର ସୁରକ୍ଷାର ତତ୍ତ୍ୱାବଧାନ କିଏ କରୁଥିଲା? ସେ ଖସିବାରେ ସଫଳ କେମିତି ହେଲା? ଡାକ୍ତରଖାନାରେ ବିରିୟାନି ଖାଇବାକୁ ମିଳୁଥିବା ବେଳେ ତା’ ଚାରିପାଖେ କୌଣସି ସୁରକ୍ଷା ବଳୟ ନ ଥିଲା ଏବଂ ଉଭୟ ଡାକ୍ତରଖାନା ଓ ଜେଲରେ କିପରି ତା’ର ଯୁବତୀ ବନ୍ଧୁମାନେ ଭେଟିବାକୁ ଆସୁଥିଲେ ସେ ସବୁକୁ ନେଇ ଲେଖାଶ୍ରୀ ପ୍ରଶ୍ନ ଉଠାଇଛନ୍ତି।
-@Dr