Odiapua.com

ଆଇନ ସେବା ପ୍ରାଧୀକରଣ ପକ୍ଷରୁ ଆଇନ ସଚେତନତା ଶିବିର

ନୟାଗଡ଼, ୨୨-୭ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ନୂଆ ବସଷ୍ଟାଣ୍ଡ ନିକଟ ଇଶ୍ୱର କଲ୍ୟାଣ ମଣ୍ଡପ ଠାରେ ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ପକ୍ଷରୁ ରବିବାର ଏକ ବୃହତ ଆଇନ ସଚେତନତା ଶିବିର ଅନୁଷ୍ଠତ ହୋଇଯାଇଛି। ଏଥିରେ ଦାରିଦ୍ର‌୍ୟ ଦୂରିକରଣ ଓ ନାବାଳିକାଙ୍କ ସୁରକ୍ଷା ଏଚ୍ଛବଂ ପ୍ରଗତି ସମ୍ପର୍କରେ ସଚେତନା କରାଯିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ ଯୋଜନା ଉପରେ ଲୋକମାନଙ୍କୁ ଅବଗତ କରାଯାଇଥିଲା। ଏପରିକି ବିଭିନ୍ନ ସରକାରୀ ବିଭାଗ ଦ୍ୱାରା ହିତାଧିକାରୀଙ୍କୁ ଜମିପଟ୍ଟା, ଶ୍ରମିକ ପରିଚୟ ପତ୍ର, ଜବ୍ କାର୍ଡ଼ ଏବଂ ଟ୍ରାଇ ସାଇକେଲ ଆଦି ବଂଟନ କରାଯାଇଥିଲା। ଏହି ଶିବିରରେ ସ୍ୱାସ୍ଥ୍ୟ, ଗମନାଗମନ, ପରିମଳ ଏବଂ ବିଭିନ୍ନ ସେବା ଗୁଡ଼ିକ ଉପରେ ଲୋକମାନଙ୍କୁ ସଚେତନତା କରାଯାଇଥିଲା।