Odiapua.com

ଜାମ୍ମୁ-କାଶ୍ମୀର : ସୁରକ୍ଷାବଳଙ୍କ ଦ୍ୱାରା ଲସ୍କରର ଟପ ଆତଙ୍କୀ ଆସିଫ ନିହତ

ଜାମ୍ମୁ-କାଶ୍ମୀର ୧୧-୯ (ଓଡ଼ିଆ ପୁଅ) ଜାମ୍ମୁ-କାଶ୍ମୀରର ସୋପୋରରେ ସୁରକ୍ଷାବଳ ଏବଂ ଲସ୍କର ଏ ତୈୟବାର ଟପ ଆତଙ୍କୀମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଆତଙ୍କୀ ଆସିଫ ସୁରକ୍ଷା ବଳର ଗୁଳିରେ ନିହତ ହୋଇଥିବା ପୁଲିସ ସୂତ୍ରରୁ ସୂଚନା ମିଲିଛି।

ଏଏନଆଇ ସୂତ୍ରରୁ ଜଣାପଡ଼ିଛି ଯେ, ଆସିଫ ଗତ ଦିନରେ ସୋପୋରରେ ଏକ ଫଳ ବିକ୍ରେତାଙ୍କର ପରିବାରକୁ ଗୁଳିମାରିଥିଲା, ଯେଉଁଥିରେ ପରିବାରର ତିନିଜଣ ସଦସ୍ୟ ଆହତ ହୋଇଥିଲେ।