Odiapua.com

ଲସିଥ୍ ମାଲିଙ୍ଗା ଅବସର ଘୋଷଣା କଲେ, ଭେଟେରାନ୍ ବୋଲରଙ୍କ କ୍ୟାରିୟର ସମାପ୍ତ

ନୂଆ ଦିଲ୍ଲୀ ୧୪ ସେପ୍ଟେମ୍ବର (ଓଡ଼ିଆ ପୁଅ) ଶ୍ରୀଲଙ୍କାର ଦ୍ରୁତ ବୋଲର ଲସିଥ ମାଲିଙ୍ଗା କ୍ରିକେଟ୍ ରୁ ସନ୍ୟାସ ନେଇଛନ୍ତି। ମଙ୍ଗଳବାର ସୋସିଆଲ ମିଡିଆରେ ମାଲିଙ୍ଗା ଅବସର ଘୋଷଣା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍ ସହିତ ବିଦାୟ ନେଇଥିବା ମାଲିଙ୍ଗା ଆଉ ଲିଗ୍ କ୍ରିକେଟ୍ ଖେଳିବେ ନାହିଁ। ମାଲିଙ୍ଗା ଟୁଇଟ୍ କରି କହିଛନ୍ତି, ‘ମୁଁ ବର୍ତ୍ତମାନ କ୍ରିକେଟର ପ୍ରତ୍ୟେକ ଫର୍ମାଟରୁ ବିଦାୟ ନେଉଛି। ଯେଉଁମାନେ ମୋର ଯାତ୍ରାରେ ମୋତେ ସମର୍ଥନ କରିଥିଲେ ସେମାନଙ୍କୁ ଧନ୍ୟବାଦ। ବର୍ତ୍ତମାନ ମୁଁ ଆଗାମୀ ବର୍ଷଗୁଡ଼ିକରେ ଯୁବ କ୍ରିକେଟରମାନଙ୍କ ସହିତ ମୋର ଅନୁଭୂତି ସେୟାର କରିବି।’