Odiapua.com

ଅଯ୍ୟୋଧ୍ୟାରେ ରାମ ମନ୍ଦିର ନିର୍ମାଣରେ ନୂଆ କେଁ ! କମିଟିକୁ ଚିଠି ଲେଖିଲେ ୯ ଲୋକ; କହିଲେ ଏମିତି କଥା !

ନୂଆ ଦିଲ୍ଲୀ ୧୮-୨ (ଓଡ଼ିଆ ପୁଅ) : ଅଯ୍ୟୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବନାଯାଇଥିବା କମିଟିକୁ ଅଯ୍ୟୋଧ୍ୟାର ନିବାସୀ ହାଜୀ ମୋହମ୍ମଦଙ୍କ ସମେତ ୯ ଜଣ ଲୋକ ପତ୍ର ଲେଖିଛନ୍ତି। ପତ୍ରରେ କୁହାଯାଇଛି କି ୬୭ ଏକର ଜମି ଯାହା କେନ୍ଦ୍ର ସରକାର ଅଯ୍ୟୋଧ୍ୟା ଆକ୍ଟ ଅନୁଯାୟୀ ନେଇଥିଲେ ଏବଂ ଏବେ ତାହାକୁ ଟ୍ରଷ୍ଟକୁ ଦିଆଯାଇଛି ସେଥିରେ ୪/୫ ଏକରରେ କବରସ୍ଥାନ ମଧ୍ୟ ଅଛି। ଟ୍ରଷ୍ଟର ସଦସ୍ୟମାନଙ୍କୁ ଅନୁରୋଧ କି ଏହି କଥା ଉପରେ ବିଚାର କରନ୍ତୁ ଯେ କ’ଣ ମନ୍ଦିରର ନିର୍ମାଣ କବର ସ୍ଥାନ ଉପରେ ହୋଇପାରେ?

ପତ୍ରରେ କୁହାଯାଇଛି କି ଆଜିର ତାରିଖରେ ଅବଶ୍ୟ ସେଠାରେ କବର ନଦେଖାଯାଇପାରେ, କିନ୍ତୁ ତାହା କବର ସ୍ଥାନ ଅଟେ। ୧୯୪୯ ରୁ ୧୯୯୨ ପର୍ଯ୍ୟନ୍ତ ସେହି ଜାଗାକୁ ଦ୍ୱିତୀୟ ଭାବରେ ବ୍ୟବହାର ହେଉଥିଲା। ଆପଣ “ସନାତମ” ଧର୍ମର ବିଦ୍ୱାନ ଅଟନ୍ତି, ଆପଣ ଏହା ଉପରେ ବିଚାର କରନ୍ତୁ।

ପତ୍ରରେ କମିଟିକୁ କୁହାଯାଇଛି କି କେନ୍ଦ୍ର ସରକାର ଏହା ଉପରେ ବିଚାର କରିନାହାଁନ୍ତି, କିନ୍ତୁ ଆପଣଙ୍କୁ ଅନୁରୋଧ କି ଆପଣ ଏହା ଉପରେ ବିଚାର କରନ୍ତୁ। କ’ଣ ଭଗବାନ ରାମଙ୍କର ମନ୍ଦିରର ନିଅଁ କବରସ୍ଥାନ ଉପରେ ରଖାଯାଇପାରିବ?

କିନ୍ତୁ ଅଯୋଧ୍ୟାର ଜିଲ୍ଲା ପ୍ରଶାସନ କହିଛିଯେ, ଏହି ୬୭ ଏକର ଜମିରେ କୌଣସି କବର ସ୍ଥାନ ନାହିଁ।