Odiapua.com

ଲାଲୁ ଯାଦବଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ, ଝାଡଖଣ୍ଡର ରିମ୍ସରୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ

ରାଞ୍ଚି ୨୩-୧ (ଓଡ଼ିଆ ପୁଅ/ଲକ୍ଷ୍ମୀଧର ସାହୁ) ବହୁ ଚର୍ଚ୍ଚିତ ଚାରା ଘୋଟାଲାରେ ଦଣ୍ଡ ଭୋଗୁଥିବା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ନିମୋନିଆ ପରେ ତାଙ୍କୁ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) କୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଶନିବାର ଅପରାହ୍ନ ୫:୩୦ ସମୟରେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଏମ୍ସକୁ ପଠାଯାଇଛି। ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଆରଆଇଏମ୍ଏସ୍) ର ନିର୍ଦ୍ଦେଶକ ଡକ୍ଟର କାମେଶ୍ୱର ପ୍ରସାଦ କହିଛନ୍ତି ଯେ “ଯାଦବ ଦୁଇ ଦିନ ଧରି ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ, ଯାହା ପରେ ଶୁକ୍ରବାର ତାଙ୍କୁ ପରୀକ୍ଷା କରାଯାଇଥିଲା ଏବଂ ନିମୋନିଆ ପୁଷ୍ଟି ହୋଇଛି। ତାଙ୍କ ବୟସକୁ ବିଚାର କରି ଆମେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସ କୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛୁ ଏବଂ ଆଜି ତାଙ୍କୁ ଏମ୍ସ ପଠାଯିବାର ସମ୍ଭାବନା ଅଛି। ଏମ୍ସର ବିଶେଷଜ୍ଞମାନଙ୍କ ସହିତ ଆମର ଏକ ବାର୍ତ୍ତାଳାପ ହୋଇଛି।”

ଆଜି ଜେଲ ପ୍ରଶାସନର ପରାମର୍ଶ କ୍ରମେ ଆରଏମଏସର ଆଠଜଣ ଭିନ୍ନ ଭିନ୍ନ ବିଶେଷଜ୍ଞ ଡାକ୍ତରଙ୍କ ଏକ ମେଡିକାଲ ବୋର୍ଡ ଗଠନ କରିଥିଲା। ବୋର୍ଡ ଲାଲୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲା ଏବଂ ତାଙ୍କ ରିପୋର୍ଟ ପାଇବା ମାତ୍ରେ ତାଙ୍କୁ ଏମ୍ସକୁ ପଠାଯାଇଥିଲା।

ଏହାପୂର୍ବରୁ ଯାଦବଙ୍କ ସାନପୁଅ ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଟ୍ୱିଟ୍ କରି କହିଛନ୍ତି ଯେ, “ଲାଲୁଜୀଙ୍କର ନିଶ୍ୱାସ ନେବାରେ ଅସୁବିଧା ହେଉଛି, ତାଙ୍କ କିଡନୀ ମାତ୍ର ୨୫ ପ୍ରତିଶତ କାମ କରୁଛି।”