Odiapua.com

ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଡାକ୍ତରଙ୍କ ଚିନ୍ତା ପ୍ରକଟ

ପାଟନା ୧୨-୧୨ (ଓଡ଼ିଆ ପୁଅ) ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଚିକିତ୍ସା କରୁଥିବା ଡଃ ଉମେଶ ପ୍ରସାଦ କହିଛନ୍ତି ଯେ ତାଙ୍କର (ଲାଲୁ ପ୍ରସାଦ ଯାଦବ) କିଡନୀ କୌଣସି ସମୟରେ ଖରାପ ହୋଇପାରେ। ଅବଶ୍ୟ, ଏହାର ପୂର୍ବାନୁମାନ କରିବା କଷ୍ଟକର।

ଡଃ ଉମେଶ ପ୍ରସାଦ କହିଛନ୍ତି ଯେ ଲାଲୁ ଯାଦବଙ୍କ କିଡନୀ ୨୫% କାର୍ଯ୍ୟ କରୁଛି। ଯେକୌଣସି ସମୟରେ ତାଙ୍କର କିଡନୀ କାମ କରିବା ବନ୍ଦ ହୋଇପାରେ। ଆମେ ଉଚ୍ଚ ପଦାଧିକାରୀଙ୍କୁ ଲିଖିତ ଭାବେ ଜଣାଇଛୁ। ଡକ୍ଟର ଉମେଶ ପ୍ରସାଦ କହିଛନ୍ତି ଯେ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ନାହିଁ। ସୂଚନାଯୋଗ୍ୟଯେ, ଲାଲୁ ପ୍ରସାଦ ଯାଦବ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଆଡମିଟ ହୋଇଛନ୍ତି ଏବଂ ଡାକ୍ତର ଉମେଶ ପ୍ରସାଦ ତାଙ୍କ ଚିକିତ୍ସା କରୁଛନ୍ତି।