Odiapua.com

ବେରୋଜଗାରୀ ସୁବିଧା ପାଇଁ ଅପେକ୍ଷାରତ ବ୍ୟକ୍ତିଙ୍କ ପାଇଁ ଖୁସୀ ଖବର: ଶ୍ରମ ମନ୍ତ୍ରଣାଳୟ ଶୀଘ୍ର କୋହଳ କରିବାକୁ ଯାଉଛି ସର୍ତ୍ତାବଳୀ

ନୂଆ ଦିଲ୍ଲୀ ୧୪-୮ (ଓଡ଼ିଆ ପୁଅ) ଶ୍ରମ ମନ୍ତ୍ରଣାଳୟ ଖୁବ ଶୀଘ୍ର କର୍ମଚାରୀଙ୍କ ରାଜ୍ୟ ବୀମା ନିଗମ ଯୋଜନା ଅଧୀନରେ ବେକାରୀ ସୁବିଧା ପାଇବା ପାଇଁ ଯୋଗ୍ୟତା ମାନଦଣ୍ଡ (ସର୍ତ୍ତାବଳୀ)କୁ ଯଥେଷ୍ଟ କୋହଳ କରିବା ପାଇଁ ଏକ ପ୍ରସ୍ତାବ ଆଣିବାକୁ ଯାଉଛି। ଏହା ବ୍ୟତୀତ ଶେଷ ବେତନର ୫୦% ପର୍ଯ୍ୟନ୍ତ ଏହି ସୁବିଧା ପରିମାଣକୁ ବୃଦ୍ଧି କରିବା ସହ ସହାୟତା ସମୟକୁ ଦୁଇମାସ ଅଧିକ ବୃଦ୍ଧି କରିବାକୁ ପ୍ରସ୍ତାବ ରଖିବାକୁ ଯାଉଛି।

ଏହା ଛଡ଼ା ଅନ୍ୟ ଏକ ସର୍ତ୍ତ ହେଉଛି ପୂର୍ବରୁ କେବଳ ଜୀବନରେ ଥରେ ମାତ୍ର ଏହି ସୁବିଦା ମିଳିବାର ନିୟମ ଥିଲା। ଏବେ ଶ୍ରମ ମନ୍ତ୍ରଣାଳୟ, ଏହି ସର୍ତ୍ତକୁ ମଧ୍ୟ ହଚାଇବା ସହିତ ଲାଭର କାର୍ଯ୍ୟକାଳ ବଢ଼ାଇବାକୁ ଦେବ ପ୍ରସ୍ତାବ।

ଅଗଷ୍ଟ ୨୦ ରେ ନିଗମର ବୈଠକ ପୂର୍ବରୁ ଉପସ୍ଥାପିତ ହେବାକୁ ଥିବା ଏହି ପ୍ରସ୍ତାବରେ ୩.୨ କୋଟି ESIC ଗ୍ରାହକ ଉପକୃତ ହୋଇପାରିବେ ଯଦି ସେମାନେ ବେକାର ହୁଅନ୍ତି।

ଜାତୀୟ ଗଣ ମାଧ୍ୟମ ଇକୋନୋମିକ ଟାଇମ୍ସର ସୂତ୍ରରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସମର୍ଥନ ରହିଛି। ଯାହାକି ଚାକିରୀ ହରାଇବା ଘଟଣାରେ ବହୁ ସଂଖ୍ୟାରେ ଲୋକଙ୍କୁ ଉପକୃତ କରିବା ପାଇଁ ବିଦ୍ୟମାନ ବ୍ୟବସ୍ଥାରେ କିଛି କୋହଳ କରିବା ପାଇଁ ଥିଲା।

ଜଣେ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ ଉପରୋକ୍ତ ପ୍ରକାଶନକୁ କହିଛନ୍ତି ଯେ “ଏହି ପ୍ରସ୍ତାବ ଗତ ସପ୍ତାହରେ PMO କୁ ଉପସ୍ଥାପିତ ହୋଇଥିଲା ଏବଂ ବର୍ତ୍ତମାନ ଆସନ୍ତା ସପ୍ତାହରେ ନିଗମ ବୈଠକରେ ଏହା ଆଗତ କରାଯିବ।

ମହାମାରୀ ସମୟରେ ଦେଶବ୍ୟାପୀ ଲକଡାଉନ କାରଣରୁ ଏମ୍ଏସ୍ଏମ୍ଇ ସେକ୍ଟରରେ ଲକ୍ଷ ଲକ୍ଷ ଶ୍ରମିକ ଚାକିରି ହରାଇଥିବା ସରକାରଙ୍କୁ ସୂଚନା ମିଳିଛି।

ଭାରତୀୟ ଅର୍ଥନୀତିର ମନିଟରିଂ କେନ୍ଦ୍ର ଆକଳନ କରିଛି ଯେ, ଏପ୍ରିଲରେ ୧୨.୧ କୋଟି କର୍ମଚାରୀ ଚାକିରି ହରାଇଥିଲେ, ଯାହାକି ପ୍ରଥମ ପୂର୍ଣ୍ଣାଙ୍ଗ ମାସ ଥିଲା। ଅବଶ୍ୟ, ମେ ମାସରେ ପୁନରୁଦ୍ଧାର ଆରମ୍ଭ ହୋଇଥିଲା ଏବଂ ଜୁନ୍ ଶେଷ ସୁଦ୍ଧା ଜୁନ୍ ମାସରେ ୯.୧ ମିଲିୟନ ଚାକିରୀରେ ପୁନରୁଦ୍ଧାର କରାଯାଇଥିଲା, ଯାହାକି ଅନଲକ୍ ର ପ୍ରଥମ ମାସ ଥିଲା।

ଏହି ଯୋଜନାରେ ବୀମାଭୁକ୍ତ ପରିମାଣକୁ ଗତ ଅଙ୍କିତ ବେତନର ୫୦% କୁ ଦୁଇଗୁଣ କରିବା, ଲାଭର କାର୍ଯ୍ୟକାଳକୁ ତିନିମାସରୁ ଛଅ ମାସକୁ ବୃଦ୍ଧି କରିବା, ସର୍ବନିମ୍ନ କାର୍ଯ୍ୟ ଆବଶ୍ୟକତାକୁ ଦୁଇ ବର୍ଷରୁ ୭୮ ଦିନକୁ ହ୍ରାସ କରିବା ଏବଂ ଏହି ଯୋଜନା ଅନୁଯାୟୀ ଏକାଧିକ ସର୍ତ୍ତ ପ୍ରତ୍ୟାହାରକୁ ଅନୁମତି ଦେବା।

ଏବର ନିୟମାନୁଯାୟୀ, ESIC ର ଅଟଳ ବିମା ବ୍ୟକ୍ତି କଲ୍ୟାଣ ଯୋଜନା ଅଧୀନରେ ସରକାର ମାସିକ ବେତନର ୨୫% ତିନିମାସ ପାଇଁ ବେକାରୀ ସୁବିଧା ଯୋଗାଇ ଦେଉଛନ୍ତି।

ଅବଶ୍ୟ, ଏହା କେବଳ ସେହି ଗ୍ରାହକମାନଙ୍କୁ ଉପକୃତ କରିପାରିବ ଯେଉଁମାନେ ଅତି କମରେ ଦୁଇ ବର୍ଷ ପାଇଁ ESIC ଗ୍ରାହକ ଅଟନ୍ତି।

ବେରୋଜଗାର ସୁବିଧା କେବଳ ESIC ଗ୍ରାହକମାନଙ୍କ ଦ୍ୱାରା ଆଜୀବନ କାର୍ଯ୍ୟ ଅବଧିରେ ଥରେ ମିଳିପାରିବ।

ଶ୍ରମ ମନ୍ତ୍ରଣାଳୟ ଅଧୀନରେ ଥିବା ESI ହେଉଛି ଭାରତରେ ଆନୁଷ୍ଠାନିକ କ୍ଷେତ୍ର କର୍ମଚାରୀଙ୍କ ପାଇଁ ଏକ ସ୍ୱୟଂ ଆର୍ଥିକ ସ୍ୱାସ୍ଥ୍ୟ ବୀମା ଯୋଜନା ଏବଂ ଏହା କର୍ମଚାରୀ ରାଜ୍ୟ ବୀମା ନିଗମ (ESIC) ଦ୍ୱାରା ପରିଚାଳିତ।

ଅତିକମରେ ୧୦ ଜଣ ଶ୍ରମିକ ନିୟୋଜିତ ସମସ୍ତ କାରଖାନା ଏବଂ ପ୍ରତିଷ୍ଠାନ ପାଇଁ ଏହା ପ୍ରଯୁଜ୍ୟ। ESIC ରେ ବର୍ତ୍ତମାନ ୩.୧୯ କୋଟି ଗ୍ରାହକ ଏବଂ ୯୧, ୪୪୪.୦୭ କୋଟି ଟଙ୍କାର କର୍ପସ ଫଣ୍ଡ ଥିବା ବେଳେ ୨୩, ୧୫୧.୭୭ ରିଜର୍ଭ ଫଣ୍ଡ ଭାବେ ରଖାଯାଇଛି।