Odiapua.com

ଇମରାନ ଖାନଙ୍କୁ UNରୁ ମିଳିଲାନି ସହାୟତା, କୁମାର ବିଶ୍ଵାସ ଲେଖିଲେ – “ଚଲ ସିନ୍ଧୁ ମେଂ ଡୁବ ଜାଏଁ …”!

ନୂଆ ଦିଲ୍ଲୀ ୧୯-୮ (ଓଡ଼ିଆ ପୁଅ) କୁମାର ବିଶ୍ଵାସ ନିଜର ଟ୍ଵିଟର ଆକାଉଣ୍ଟରେ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଟ୍ୟାଗ କରି ଲେଖିଛନ୍ତି “ୟୁଏନ ସେ ଲୌଟେ ମୁଁହ ଲଟକାଏ, ପାକ ଚାଇନା ମିଲକର ଗାଏଁ, ଦୋନୋଂ କିସୀ କୋ ନଜର ନହୀଂ ଆଏଂ, ଚଲ ସିନ୍ଧୁ ମେଂ ଡୁବ ଜାଏଁ …

ସୂଚନାଯୋଗ୍ୟଯେ, ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (ୟୁଏନଏସସି)ର ବୈଠକରେ ଜାମ୍ମୁ-କାଶ୍ମୀର ବିଷୟର ଅନ୍ତରାଷ୍ଟ୍ରୀୟକରଣ କରିବାକୁ ଯାଇ ପାକିସ୍ତାନ ଏବଂ ତା’ର ସହଯୋଗୀ ଦେଶ ଚୀନକୁ ଲାଗିଛି ତଗଡ଼ା ଝଟକା। ଏହା ଉପରେ ଡ. କୁମାର ବିଶ୍ୱାସ ଚୁଟକୀ ନେଇଛନ୍ତି।

କୁହାଯାଇପାରେଯେ, ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ୧୫ଟି ଦେଶର ସଦସ୍ୟତା ଥିବା ପରିଷଦର ଅଧିକାଂଶ ଦେଶ ଏହି କଥାରେ ଜୋର ଦେଲେ କି ଏହା ଭାରତ ଏବଂ ପାକ ମଧ୍ୟରେ ଏକ ଦ୍ଵିପକ୍ଷୀୟ ମାମଲା ଅଟେ। ଚୀନର ଅନୁରୋଧ ପରେ ୧୬ ଅଗଷ୍ଟ ଡକାଯାଇଥିଲା ଏହି ଅନୌପଚାରିକ ବୈଠକ। ପ୍ରାୟତଃ ଏକ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ତା’ ପରେ ସଂଯୁକ୍ତ ରାଷ୍ଟ୍ରରେ ଚୀନର ରାଜଦୂତ ଝାଙ୍ଗ ଜୁନ ଏବଂ ପାକିସ୍ତାନର ରାଜଦୂତ ମଲୀହା ଲୋଦୀ ଜଣେ ଜଣେ କରି ଟିପ୍ପଣୀ ଦେଇଥିଲେ ଏବଂ ସଂବାଦଦାତାମାନଙ୍କର କୌଣସି ପ୍ରଶ୍ନର ଉତ୍ତର ଦେଇନଥିଲେ।

ସୂତ୍ରରୁ ଜଣାପଡ଼ିଛିଯେ, ୟୁଏନଏସସି ଅଧ୍ୟକ୍ଷ ଚର୍ଚ୍ଚା କରିବା ପରେ କହିଲେ କି ପାକିସ୍ତାନ ଦ୍ଵାରା କାଶ୍ମୀର ବିଷୟ ସଂଯୁକ୍ତ ରାଷ୍ଟ୍ରରେ ଉଠାଇବାର କୌଣସି ଆଧାର ନାହିଁ। ଏହି ବିଷୟରେ ମଧ୍ୟ ପାକିସ୍ଥାନ କଥାରେ କୌଣସି ଦମ ନଥିଲା।