Odiapua.com

ଧର୍ମେନ୍ଦ୍ର କୁଚକ୍ରି ନାଁ ଗଙ୍ଗଦେବ ଅପାରଗ?

ଭୁବନେଶ୍ୱର: ଧର୍ମେନ୍ଦ୍ର କୁଚକ୍ରି ନାଁ ଗଙ୍ଗଦେବ ଅଯୋଗ୍ୟ? ଓଡ଼ିଶା ବିଜେପିର ଉପର ସ୍ତରରୁ ତୃଣମୂଳ ସ୍ତର ଯାଏଁ ସମସ୍ତଙ୍କ ମନରେ ଏବେ ଏହି ପ୍ରଶ୍ନ ଉଠୁଛି। ଦେବଗଡ଼ ରାଜା ତଥା ସମ୍ବଲପୁର ବିଜେପି ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଦେବଗଡ଼ ରାଣୀ ଅରୁନ୍ଧତୀ କୁମାରୀ ଦେବୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୁଚକ୍ରି, ହୀନ- ମାନସିକଧାରୀ ବୋଲି ଆକ୍ଷେପ କରି ସୋସିଆଲ୍ ମିଡିଆରେ ଟାର୍ଗେଟ୍ କରିବା ପରେ ରାଜ୍ୟ ବିଜେପିରେ ଏବେ ଏହି ପ୍ରଶ୍ନ ଘାରିଛି, ଧର୍ମେନ୍ଦ୍ର କୁଚକ୍ରି, ନାଁ ଗଙ୍ଗଦେବ ଅପାରଗ? ନିଜେ ସାଂସଦ ଗଙ୍ଗଦେବ କିଛି କହୁନଥିବା ବେଳେ ତାଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ମନ୍ତ୍ରୀଙ୍କୁ ଏପରି ଆକ୍ଷେପ କରିବାକୁ ନେଇ ଅନେକ ରାଜା ଗଙ୍ଗଦେବଙ୍କ ପାରିବାପଣିଆ ଏବଂ ତାଙ୍କ ଔକାତ୍ ଉପରେ ପ୍ରଶ୍ନ ଉଠାଉଛନ୍ତି। ତେବେ, ଏଣେ ରାଣୀ ଦିବ୍ୟଙ୍ଗତ ନେତା ସୁବାସ ଚୌହାନଙ୍କ କଥା ଉଠାଇ ସୁବାସ ଚୌହାନଙ୍କୁ ଯେପରି ବଳି ପକାଇଦେଲେ ଗଙ୍ଗଦେବଙ୍କୁ ସେପରି ବଳି ପକାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଚକ୍ରାନ୍ତ କରୁଛନ୍ତି ବୋଲି ରାଣୀ ଅରୁନ୍ଧତୀ ଦେବୀ ଭୟଙ୍କର ଅଭିଯୋଗ ଆଣିଛନ୍ତି। କୁହାଯାଉଛି ରାଜା ଗଙ୍ଗଦେବ ତାଙ୍କ ସଂସଦୀୟ କ୍ଷେତ୍ରରେ ଅଧିକ ସମୟ ଦେଉନାହାଁନ୍ତି। ସେହିପରି ସମ୍ବଲପୁରରେ ଆୟୋଜିତ ଏକ ସଭାରେ ଗଙ୍ଗଦେବଙ୍କ ଉପସ୍ଥିତିରେ ରାଜା ସାହେବ ଚାହିଁଲେ ମୁଁ ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ପାର୍ଥି ହେବି ବୋଲି ଏକଦା ଧର୍ମେନ୍ଦ୍ର କହିଥିଲେ। ନିତେଶ ଗଙ୍ଗଦେବଙ୍କର କୁଆଡ଼େ ଏଥିପ୍ରତି ନିରବ ସମର୍ଥନ ରହିଥିଲା! ଯାହାକୁ ନେଇ ସେବେ ଚର୍ଚ୍ଚା ଜୋର୍ ଧରିଥିଲା।ତେବେ, ଜଣେ ସାଂସଦ ଭଲା ନିଜ ଆସନ ଛାଡ଼ି ମନ୍ତ୍ରୀଙ୍କୁ ସୁଯୋଗ ଦେବ ବା କାହିଁକି? କାହାର ବା ସାଂସଦ ପଦବୀରେ ଲୋଭ ନାହିଁ? ରାଜା କିପରି ସାଂସଦ ପଦବୀ ଛାଡ଼ିଦେବାକୁ ରାଜି ହେଲେ? ନାଁ, ଏହା ଭିତରେ ଆଉ କିଛି ଭେଦ, ଆଉ କିଛି ରହସ୍ୟ ଲୁଚି ରହିଛି? ଚକ୍ରାନ୍ତ କିମ୍ବା ବ୍ଲାକମେଲର ଶୀକାର ହୋଇଛନ୍ତି କି ଆଉ ରାଜା ସାହେବ? ଏସବୁ ଜାଣିପାରି ନିଜ ସ୍ୱାମୀଙ୍କ ଆସନ ବଞ୍ଚାଇ ରଖିବା ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ପୋଲ୍ (ମୁଖା) ଖୋଲି ନାହାଁନ୍ତି ତ’ ରାଣୀ ଅରୁନ୍ଧତୀ ଦେବୀ? ରାଜ୍ୟ ରାଜନୀତିରେ ଏବେ ଏହି ଚର୍ଚ୍ଚା ଜୋର୍ ଧରିଛି।
-/DevD®ath