Odiapua.com

କ୍ରୁନାଲ ପାଣ୍ଡ୍ୟା କରୋନା ପଜିଟିଭ୍ ଦ୍ୱିତୀୟ T20 ସ୍ଥଗିତ

ନୂଆଦିଲ୍ଲୀ ଜୁଲାଇ ୨୭ (ଓଡ଼ିଆ ପୁଅ): ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା କରୋନା ପଜିଟିଭ୍ ହେବା ପରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମଙ୍ଗଳବାରର T20 ସ୍ଥଗିତ ରଖାଯାଇଛି ଏବଂ ଅବଶିଷ୍ଟଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ୍ ହେଲେ ବୁଧବାର ଦିନ ହେବାର ସମ୍ଭାବନା ରହିଛି। ଅବଶିଷ୍ଟ ଖେଳାଳିଙ୍କ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଦୁଇ ଦଳ ଆଇସୋଲେଟ୍‌ ରହିବାକୁ କୁହାଯାଇଛି। ଖେଳାଳିମାନେ ବର୍ତ୍ତମାନ ଆଇସୋଲେଟ୍ ଅଛନ୍ତି।