Odiapua.com

ବିରାଟ କୋହଲି ଦଶନ୍ଧିର ସର୍ବଶ୍ରେଷ୍ଠ କ୍ରିକେଟ ଖେଳାଳି

ନୂଆ ଦିଲ୍ଲୀ ୨୮ ଡିସେମ୍ବର (ଓଡ଼ିଆ ପୁଅ) ବିରାଟ କୋହଲିଙ୍କୁ ଦଶକର ସର୍ବଶ୍ରେଷ୍ଟ ପୁରୁଷ କ୍ରିକେଟର ଏବଂ ଧୋନିଙ୍କୁ ଦଶକର ସ୍ପିରିଟ୍ ଅଫ୍ କ୍ରିକେଟ୍ ପୁରସ୍କାର ସମ୍ମାନିତ କରିଛି ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)।

ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଦଶନ୍ଧିର ଶ୍ରେଷ୍ଠ ODI କ୍ରିକେଟର ଭାବରେ ମନୋନୀତ କରିଛି। ଏହି ଦଶନ୍ଧିରେ କୋହଲି ଏକମାତ୍ର କ୍ରିକେଟର ଯିଏକି ୧୦, ୦୦୦ ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି। ଆଇସିସି ବିରାଟ କୋହଲିଙ୍କୁ ଏହି ଦଶନ୍ଧିର ତିନୋଟି ଫର୍ମାଟ୍ ଦଳରେ ସ୍ଥାନ ଦେଇଛି। ଏହି ଦଶନ୍ଧିରେ ବିରାଟ କୋହଲିଙ୍କ ପ୍ରଦର୍ଶନ ଆଶ୍ଚର୍ଯ୍ୟଜନକ ହୋଇଛି। ODI କ୍ରିକେଟ୍ ରେ ସେ ଏହି ଦଶନ୍ଧିରେ ସର୍ବାଧିକ ରନ୍, ଅଧିକାଂଶ ଶତକ ଏବଂ ଅର୍ଦ୍ଧଶତକ ସ୍କୋର କରିଛନ୍ତି। ଏହି ଦଶନ୍ଧିରେ କୋହଲିଙ୍କ ବ୍ୟାଟ୍ ୩୯ଟି ଶତକ ଏବଂ ୪୮ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହା ବ୍ୟତୀତ ସେ ୧୨୨ ଟି କ୍ୟାଚ୍ ମଧ୍ୟ ଧରିଛନ୍ତି।

କେବଳ ସେତିକି ନୁହେଁ ସବି ଫର୍ମାଟରେ ସେ ୨୦ ହଜାରରୁ ଅଧିକ ରନ୍ ସଂଗ୍ରହ କରିପାରିଛନ୍ତି। ତାଙ୍କୁ ଆସିସି କହିଛି ରନ୍ ମେସିନ୍। ତାଙ୍କର ଆଭରେଜ୍ ସ୍କେର ହେଉଛି ୬୧.୮୩ ୱାନ୍ ଡେ ରେ ଏବଂ ସବୁ ଫର୍ମାଟରେ ୫୬.୯୭। ସେ ସବି ଫର୍ମାଟରେ ୬୬ ଟି ଶତକ ଏବଂ ୯୪ ଟି ଅର୍ଦ୍ଧ ଶତକ ହାସଲ କରିବାରେ ଏକମାତ୍ର ଖେଳାଳି।