Odiapua.com

ହ୍ୱାଟ୍ସ ଆପରେ ଆପଣଙ୍କୁ କିଏ ବ୍ଲକ କରିଛନ୍ତି କି? ଜାଣନ୍ତୁ ଆପଣ କିପରି ତାଙ୍କୁ ହ୍ୱାଟ୍ସଆପ ମେସେଜ୍ ପଠେଇବେ

ନୂଆ ଦିଲ୍ଲୀ ୫-୧୦ (ଓଡ଼ିଆ ପୁଅ) ଯଦି ଆପଣ କୌସି କାରଣରୁ ହ୍ୱାଟ୍ସ ଆପ୍‌ରେ କୌଣସି ବନ୍ଧୁ କିମ୍ବା ପରିବାର ସଦସ୍ୟ ଆପଣଙ୍କୁ ବ୍ଲକ କରିଦେଇଛନ୍ତି, ତେବେ ବିଚଳିତ ହୁଅନ୍ତୁ ନାହିଁ।
ଏହି ପରି କରନ୍ତୁ ଆପଣ ତାଙ୍କ ସହିତ ହ୍ୱାଟ୍ସ ଆପ ମେସେଜ୍ ରେ କଥା ହେଇପାରିବେ।
୧ – ହ୍ୱାଟ୍ସ ଆପ୍‌ରେ ଆପଣଙ୍କୁ ବ୍ଲକ କରିଥିବା ବ୍ୟକ୍ତିଙ୍କୁ ମେସେଜ୍ ପଠାଇବା ପାଇଁ ଆପଣଙ୍କର ଏବଂ ତାଙ୍କର ସାଧାରଣ ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କ ସାହାଯ୍ୟ ଲୋଡ଼ିବା ଆବଶ୍ୟକ।
୨ – ଆପଣଙ୍କ ସାଧାରଣ ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କୁ ଏକ ହ୍ୱାଟ୍ସ ଆପ୍ ଗ୍ରୁପ୍ ସୃଷ୍ଟି କରିବାକୁ ଅନୁରୋଧ କରନ୍ତୁ। ଯେଉଁଥିରେ ସେ ଆପଣଙ୍କୁ ଏବଂ ଆପଣଙ୍କୁ ବ୍ଲକ କରିଥିବା ବ୍ୟକ୍ତିଙ୍କୁ ଯୋଡିବେ।
୩ – ତା’ପରେ, ଆପଣଙ୍କ ସାଧାରଣ ବନ୍ଧୁଙ୍କୁ କିମ୍ବା ପରିବାର ସଦସ୍ୟଙ୍କୁ କୁହନ୍ତୁ ସେ ଗ୍ରୁପ୍ ରୁ ଲିଭ୍ କରିବେ ଅର୍ଥାତ୍ ଗ୍ରୁପ୍ ଛାଡିବେ। ତେବେ ଆପଣ ଏବଂ ଯିଏ ଆପଣଙ୍କୁ କରିଛନ୍ତି କେବଳ ଏହି ଗ୍ରୁପରେ ରହିଯିବେ।
୪ – ଏବେ ଆପଣ ଏହି ଗ୍ରୁପରେ ମେସେଜ୍ ପଠାଇ ପାରିବେ ଏବଂ ଉକ୍ତ ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କ ସହ କଥା ହୋଇପାରିବେ ଯିଏ ଆପଣଙ୍କୁ ପ୍ରଥମେ ବ୍ଲକ କରିଥିଲେ। ଏହା ପରେ ଆପଣ ତାଙ୍କୁ ଅନୁରୋଧ କରିପାରିବେ ଆପଣଙ୍କୁ ଅନବ୍ଲକ କରିବା ପାଇଁ। କିନ୍ତୁ ତଥାପି ଯଦି ସିଏ ନ ଚାହିଁବେ ଏବେ ସେ ଗ୍ରୁପ ଛାଡ଼ିଦେବେ ତେବେ ପୁଣି ଆପଣଙ୍କର ସମସ୍ତ ପରିଶ୍ରମ ବ୍ୟର୍ଥ ହୋଇଯିବ।

ଅତୀତରେ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ଯେ, ହ୍ୱାଟ୍ସ ଆପ୍ ଖୁବ୍ ଶୀଘ୍ର v୨-୨୦-୧୯୬-୮ ବିଟା ସଂସ୍କରଣକୁ ବାହାର କରିବାକୁ ଯାଉଛି ଏବଂ ସଂସ୍କରଣ ଗ୍ରାହକଙ୍କୁ ହ୍ୱାଟ୍ସ ଆପ୍ ଆକାଉଣ୍ଟକୁ ଏକାଧିକ ଉପକରଣରେ ଏକାସାଙ୍ଗରେ ବ୍ୟବହାର କରିବାକୁ ଅନୁମତି ଦେବ। ହ୍ୱାଟ୍ସ ଆପ୍‌ରେ ‘ଲିଙ୍କ୍ ହୋଇଥିବା ଡିଭାଇସ୍’ ନାମରେ ନୂତନ ବୈଶିଷ୍ଟ୍ୟ ଯୋଡିହେବ। ଆପଣ ଏକାସାଙ୍ଗରେ ୪ ଟି ସ୍ମାର୍ଟଫୋନରେ ହ୍ୱାଟ୍ସ ଆପ୍ ଆକାଉଣ୍ଟ୍ ବ୍ୟବହାର କରିବାକୁ ସମର୍ଥ ହେବେ।