Odiapua.com

କିଏ ସେହି ୪ ଲୋକ, ଯାହାଙ୍କୁ ସୁପ୍ରୀମ କୋର୍ଟ ଦେଲେ ଶାହୀନ ବାଗ ପ୍ରଦର୍ଶନକାରୀଙ୍କୁ ମନାଇବାର ଦାୟୀତ୍ୱ

ନୂଆ ଦିଲ୍ଲୀ ୧୭-୨ (ଓଡ଼ିଆ ପୁଅ) ସୁପ୍ରୀମ କୋର୍ଟରେ ଶାହୀନ ବାଗରେ ନାଗରିକତା ସଂଶୋଧନ ଆଇନ୍ (CAA) ବିରୁଦ୍ଧରେ ଧାରଣା ଦେଉଥିବା ପ୍ରଦର୍ଶନକାରାମାନଙ୍କୁ ହଟାଇବାର ଯାଚିକା ଉପରେ ଶୁଣାଣି ହୋଇଛି। କୋର୍ଟ କହିଛନ୍ତି କି ଆପଣଙ୍କୁ ବିରୋଧ କରିବାର ଅଧିକାର ଅଛି, କିନ୍ତୁ ଏଥିପାଇଁ ଆପଣ ସଡ଼କ ଜାମ କରିପାରିବେ ନାହିଁ। କୋର୍ଟ ଏହି ମାମଲାରେ ବରିଷ୍ଠ ଓକିଲ ସଂଜୟ ହେଗଡ଼େଙ୍କୁ ପ୍ରଦର୍ଶନକାରୀମାନଙ୍କୁ ମନାଇବାର ଦାୟିତ୍ୱ ଦେଇଛନ୍ତି। ଏହା ସହିତ ଦିଲ୍ଲୀ ପୁଲିସ କମିଶନରଙ୍କୁ ଏହି ମାମଲାରେ ଜବାବ ଦାଖଲ କରିବାକୁ କୁହାଯାଇଛି। ଏବେ ଏହି ମାମଲାରେ ୨୪ ଫେବୃଆରିରେ ଶୁଣାଣି ହେବ। ସୁପ୍ରୀମ କୋର୍ଟ ବରିଷ୍ଠ ଓକିଲ ସଂଜୟ ହେଗଡ଼େଙ୍କ ସହିତ ଓକିଲ ସାଧନା ରାମଚନ୍ଦ୍ରନଙ୍କୁ ବାର୍ତ୍ତାକାର ଭାବେ ନିୟୁକ୍ତି କରିଛନ୍ତି। ତାଙ୍କ ସହିତ’ ସହିତ ହିଁ ୱାଜାହାତ ହବୀବୁଲ୍ଲାହ, ଚନ୍ଦ୍ରଶେଖର ଆଜାଦ, ବାର୍ତ୍ତାକାରମାନଙ୍କୁ ସହାୟତା କରିବେ।

ସଂଜୟ ହେଗଡ଼େ

ସୁପ୍ରୀମ କୋର୍ଟର ବରିଷ୍ଠ ଓକିଲ ସଂଜୟ ହେଗଡ଼େ, ନିକଟରେ ସୋସିଆଲ ମିଡିଆ ସାଇଟ ଟ୍ୱିଟର ସହିତ ନିଜର ଝଗଡ଼ାକୁ ନେଇକରି ମିଡିଆର ଶୀର୍ଷକ ମଣ୍ଡନ କରିଥିଲେ। ଗତ ବର୍ଷ ଟ୍ୱିଟର ଦୁଇ ଥର ସଂଜୟ ହେଗଡ଼େଙ୍କର ଆକାଉଣ୍ଟ ସସ୍ପେଂଡ କରିଥିଲା ଯାହାକୁ ନେଇକରି ବହୁତ ହୋ ହଲ୍ଲା ହୋଇଥିଲା। ଏହାକୁ ନେଇକରି ସଂଜୟ ହେଗଡ଼େ ଟ୍ୱିଟର ଉପରେ ଲିଗାଲ କେସ କରିଥିଲେ। ସଂଜୟ ହେଗଡ଼େ ନିଜର ପ୍ରତିଷ୍ଠାକୁ ଆଘାତ ପହଁଚାଇବା ପାଇଁ ଟ୍ୱିଟରରେ ସାର୍ବଜନିକ କ୍ଷମା ମାଗିବାକୁ କହିଥିଲେ। ସଂଜୟ ହେଗଡ଼େ ଏଲଏଲବି ୧୯୮୯ ରେ ବମ୍ବେ ବିଶ୍ବବିଦ୍ୟାଲୟରୁ କରିଥିଲେ। ତା’ ପରେ ସେ ଓକିଲାତିର ପ୍ରାକ୍ଟିସ ଆରମ୍ଭ କରିଥିଲେ। ଏହା ସହିତ ସେ ୧୯୯୧ ରେ ସେହି ୟୁନିଭର୍ସିଟିରୁ LLM କରିଥିଲେ।

ସାଧନା ରାମଚନ୍ଦ୍ରନ

ସାଧନା ରାମଚନ୍ଦ୍ରନ ସୁପ୍ରୀମ କୋର୍ଟରେ ବରିଷ୍ଠ ଓକିଲ ଅଟନ୍ତି। କୁହାଯାଉଛିଯେ, ତାଙ୍କୁ ସାମିଲ କରିବା ପଛରେ ଶାହୀନ ବାଗର ଆନ୍ଦୋଳନରେ ମହିଳାମାନଙ୍କର ବଡ଼ ଭାଗୀଦାରୀ ଅଛି। ସାଧନା ରାମଚନ୍ଦ୍ରନ ପୂର୍ବରୁ ମଧ୍ୟ ନ୍ୟାୟିକ ମଧ୍ୟସ୍ଥତାରେ ଥିଲେ।

 

ୱାଜାହାତ ହବୀବୁଲ୍ଲାହ

ୱାଜାହାତ ହବୀବୁଲ୍ଲାହଙ୍କୁ ମଧ୍ୟ ଟିମରେ ସାମିଲ କରାଯାଇଛି। ସେ ଭାରତର ପ୍ରଥମ ମୁଖ୍ୟ ସୂଚନା ଆୟୁକ୍ତ ରହିସାରିଛନ୍ତି। ୱାଜାହାତ ହବୀବୁଲ୍ଲା ରାଷ୍ଟ୍ରୀୟ ଅଳ୍ପସଂଖ୍ୟକ ଆୟୋଗର ଅଧ୍ୟକ୍ଷ ମଧ୍ୟ ଥିଲେ। ହବୀବୁଲ୍ଲାହ ୧୯୬୮ ରୁ ଅଗଷ୍ଟ ୨୦୦୫ ଅବସର ନେବା ପର୍ଯ୍ୟନ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ରହିଥିଲେ।

ଚନ୍ଦ୍ରଶେଖର ରାବଣ

ଦଳିତ ଏବଂ ପଛୁଆଙ୍କ ପାଇଁ ସର୍ବଦା ସକ୍ରିୟ ରହୁଥିବା ଯୁବ ଆକ୍ଟିଭିଷ୍ଟ ଚନ୍ଦ୍ରଶେଖରଙ୍କୁ ମଧ୍ୟ କୋର୍ଟ ବାର୍ତାକାରଙ୍କର ସହାୟତା କରିବା ପାଇଁ କହିଛନ୍ତି। ସିଏଏ ବିରୁଦ୍ଧରେ ଚନ୍ଦ୍ରଶେଖର ନିଜେ ମଧ୍ୟ ଆନ୍ଦୋଳନରେ ଭାଗ ନେଇଛନ୍ତି। ସେ କ୍ରମାଗତଭାବେ ଶାହୀନ ବାଗର ପ୍ରଦର୍ଶନକାରୀମାନଙ୍କ ସପକ୍ଷରେ ସ୍ୱର ଉତ୍ତୋଳନ କରିଛନ୍ତି।