Odiapua.com

କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଲେ ଅଭିନେତ୍ରୀରୁ ରାଜନେତା ଖୁସବୁ ସୁନ୍ଦର

ନୂଆ ଦିଲ୍ଲୀ ୧୨-୧୦ (ଓଡ଼ିଆ ପୁଅ) କଂଗ୍ରେସରୁ ଇସ୍ତଫା ଦେବାର କିଛି ଘଣ୍ଟା ପରେ ସୋମବାର ଅଭିନେତ୍ରୀରୁ ରାଜନେତା ଖୁସବୁ ସୁନ୍ଦର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ତାମିଲନାଡୁର ୟୁନିଟ୍ ସଭାପତି ଏଲ୍ ମୁରୁଗାନ୍ ଏବଂ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ସୁନ୍ଦର ଦିଲ୍ଲୀରେ ବିଜେପିରେ ଯୋଗ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟଯେ, ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପାଇଁ ଏକ ବଡ଼ ଝଟକା। ମିଡ଼ିଆ ରିପୋର୍ଟ ଅନୁଯାୟୀ, ୨୦୧୯ ଲୋକସଭା ନିର୍ବାଚନରେ ​​ତାଙ୍କୁ ଟିକେଟ୍ ଦିଆଯାଇ ନ ଥିବାରୁ ସେ ବିରକ୍ତ ହୋଇଥିଲେ ଏବଂ ୨୦୨୧ ବିଧାନସଭା ନିର୍ବାଚନରେ ​​ତାଙ୍କୁ ଆସନ ପ୍ରଦାନ କରିବାକୁ ବିଜେପି ପ୍ରତିଶୃତି ଦେଇଛି।