ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ଓ ଜଟଣୀ ନିର୍ବାଚନ ମଣ୍ଡଳୀର ବିଜେପି ଏବଂ କଂଗ୍ରେସ ଦଳର ଶତାଧିକ ନେତାନେତ୍ରୀ ଏବଂ କର୍ମୀ ଆଜି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ୍ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ବହୁ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ସାମିଲ ଅଛନ୍ତି। ଆଜି ମଧ୍ୟାହ୍ନରେ ବିଜେଡି ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବ ବିଜେଡିର ବହୁ କର୍ମକର୍ତ୍ତା, ମନ୍ତ୍ରୀ ଓ ବିଧାୟକଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ (ବବି) ଦାସ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ସମସ୍ତ କଂଗ୍ରେସ ଓ ବିଜେପି ନେତୃବୃନ୍ଦଙ୍କୁ ଦଳକୁ ସ୍ୱାଗତ କରିଥିଲେ। ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବାକୁ ତଥା ଦଳୀୟ ସଙ୍ଗଠନକୁ ମଜଭୁତ କରିବା ପାଇଁ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆହ୍ୱାନ ଦେଇଥିଲେ। ଏଥିରେ ବିଜେଡିର ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ, ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ତଥା ବରିଷ୍ଠ ପର୍ଯ୍ୟବେକ୍ଷକ ଦେବୀ ପ୍ରସାଦ ମିଶ୍ର, ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟିକା ପ୍ରମିଳା ମଲ୍ଲିକ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଚିଲିକା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ ଓ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦଳେଇ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ସ୍ୱାଗତ କରିବା ସହ ଏହା ଦ୍ୱାରା ଦଳ ଅଧିକ ସୁଦୃଢ଼ ହେଲା ବୋଲି ମତପ୍ରକାଶ କରିଥିଲେ। ମିଶ୍ରଣ ପର୍ବରେ ଟାଙ୍ଗୀ ବ୍ଲକର ଜନଜାଗରଣ ମହାମେଣ୍ଟ ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ଓ ନିରାକାରପୁର ପଞ୍ଚାୟତ ସମିତି ସଭ୍ୟ ବିପିନ୍ କୁମାର ଜୟସିଂହ, ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଶୁଭମ୍ ଦାସ, ରାମେଶ୍ୱର ସରପଞ୍ଚ ପ୍ରମୋଦ କୁମାର ତ୍ରିପାଠୀ, ବିଜେପିର ୯ନଂ ଜିଲ୍ଲା ପରିଷଦ ଜୋନ ସଭ୍ୟା ମମତା ଜେନା, ଡିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ମମତା ବେହେରା, ରାମେଶ୍ୱର ପଞ୍ଚାୟତ ସମିତି ସଭ୍ୟା ପ୍ରଭାସିନୀ ସ୍ୱାଇଁ, ଉଜ୍ଜଳା ଗୋପୀନାଥପୁର ଗ୍ରାମପଞ୍ଚାୟତ ସରପଞ୍ଚ ମାନକୁସି ସରକାର, ଉଜ୍ଜଳା ଗୋପୀନାଥପୁର ପଞ୍ଚାୟତ ସମିତି ସଭ୍ୟା ସୁପ୍ରିୟା ମାଦଳ, ସୁନ୍ଦରପୁର ଗ୍ରାମ ପଞ୍ଚାୟତ ସଭ୍ୟ ଯୁଧୀଷ୍ଠିର ସାହୁ, ଭୁଷଣ୍ଡପୁର ଗ୍ରାମ ପଞ୍ଚାୟତ ସଭ୍ୟ ରାଜକିଶୋର ନାୟକ, ପୂର୍ବତନ ସରପଞ୍ଚ ପ୍ରଭାକର ରାଉତରାୟ, ପୂର୍ବତନ ପଞ୍ଚାୟତ ସମିତି ସଭ୍ୟ ବିନୋଦ ବିଶ୍ୱାଳ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରଘୁନାଥ ମାଝୀ, ରୀନା ସାମଲ, ପାରୀଓରଡ଼ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ପ୍ରଧାନ, ସରପାରି ପଞ୍ଚାୟତ ସମିତି ସଭ୍ୟ ପ୍ରଶାନ୍ତ ଦାସ, କାଶୀପୁର କୋ- ଅପରେଟିଭ୍ ସୋସାଇଟି ସଭାପତି ଲକ୍ଷ୍ମଣ ନାୟକ, ରାମେଶ୍ୱର କୋ- ଅପରେଟିଭ୍ ସୋସାଇଟି ସଭାପତି ସୁଧାଂଶୁ ଶେଖର ତ୍ରିପାଠୀ, ବସନ୍ତ କୁମାର ରାଉତରାୟ, ପ୍ରଭାସ ଚନ୍ଦ୍ର ମଣ୍ଡଳ, ରାମେଶ୍ୱର ୱାର୍ଡ ସଭ୍ୟ ଜବର ଖାନ, ରାମେଶ୍ୱର ନାଏବ ସରପଞ୍ଚ ଗୀତାଞ୍ଜଳି ଛୋଟରାୟ, ବିଜେପି ୯ନଂ ଜୋନ୍ର ମଣ୍ଡଳ ସମ୍ପାଦକ ବିଜୟ ରାଉତରାୟ, ସସ୍ମିତା ବେହେରା, ସରପାରି ଗ୍ରାମ ପଞ୍ଚାୟତର ସରପଞ୍ଚ ଧନେଶ୍ୱର ବେହେରା ଓ ପ୍ରଫୁଲ୍ଲ ସାହୁଙ୍କ ସମେତ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଥିଲେ।
/- ଦେବଦତ୍ତ ରଥ