Odiapua.com

ଟଙ୍କା ବଦଳରେ ଟଙ୍କା ! ୨୦% କମିସନ କାରବାର, ୫ ଗିରଫ – ୬ କୋଟି ୪୦ ଲକ୍ଷ ଟଙ୍କାର ୨ ହଜାରିଆ ନୋଟ ଜବତ

ତେଲେଙ୍ଗାନା ୨-୧୧ (ଓଡ଼ିଆ ପୁଅ) : ତେଲେଙ୍ଗାନାର ଖମ୍ମମ ପୁଲିସ ଆଜି ଟଙ୍କା ବଦଳରେ ଲୋକଙ୍କୁ ଠକେଇ କରିବା ଅଭିଯୋଗରେ ପାଞ୍ଚଜଣ ଲୋକଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨,୦୦୦ ଟଙ୍କାର ନୋଟ ୩୨୦ ଟି ବଣ୍ଡଲ ଜବତ କରିଛି। ଏସବୁ ହେଉଛି ନକଲି ନେଟ। ଜବତ ହୋଇଥିବା ସମ୍ପୂର୍ଣ୍ଣ ଟଙ୍କାର ମୂଲ୍ୟ ୬.୪ କୋଟି ଟଙ୍କା। ୨୦% କମିଶନ ଦେଇ ନୋଟ ବଦଳାଉଥିଲେ।