Odiapua.com

କେଶରୀୟା ହିନ୍ଦୁ ପରିଷଦ ମହିଳା ମୋର୍ଚ୍ଚା ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ

ଭୁବନେଶ୍ୱର: କେଶରୀୟା ହିନ୍ଦୁ ପରିଷଦ, ଭାରତ ମହିଳା ମୋର୍ଚ୍ଚା ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। କେଶରୀୟା ହିନ୍ଦୁ ପରିଷଦ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ରଶ୍ମିମୟୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେଶରୀୟା ହିନ୍ଦୁ ପରିଷଦ ସଂସ୍ଥାପକ ଜ୍ଞାନ ରଞ୍ଜନ ଜେନା ,ରାଜ୍ୟ ସଭାପତି ଟିଟନ ସାହୁ ,ସାଧାରଣ ସମ୍ପାଦକ ରାଜେଶ ନନ୍ଦ, ସୁଚିସ୍ମିତା ତ୍ରୀପାଠୀ ପ୍ରମୂଖ ଯୋଗଦେଇଥିଲେ। ଏହି ଅବସରରେ ରାଜ୍ୟ ମହିଳା ମୋର୍ଚ୍ଚାର ସମସ୍ତ ୩୦ ଜଣିଆ ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦିକା ରତ୍ନପ୍ରଭା ପଣ୍ଡା, ବନ୍ଦିତା ତ୍ରିପାଠୀ ଉପାଧ୍ୟକ୍ଷା ସଜିତା ତ୍ରିପାଠୀ, ଶକୁନ୍ତଳା ସ୍ୱାଇଁ, ସୁଜାତା ଗୁରୁ ସମ୍ପାଦିକା ବୀଣା ଷଡ଼ଙ୍ଗୀ, ଟିକିନା ଧଳ, ଉପଦେଷ୍ଟା ଅମ୍ବିକା ପ୍ରଧାନ ପ୍ରମୂଖ ଯୋଗ ଦେଇଥିଲେ। ଏହି ଅବସରରେ ଭାରତୀୟ ପରମ୍ପରା ଏବଂ ପର୍ବପର୍ବାଣୀ ଗୁଡ଼ିକୁ ପୁନଃଉଜ୍ଜୀବିତ କରିବା ଦିଗରେ ପରିଷଦ କାର୍ଯ୍ୟ କରିବ ବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା।
-/Dr