Odiapua.com

ମଦ କିଣିବା ପାଇଁ ନେଗେଟିଭ୍ RT-PCR ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ

ନୂଆ ଦିଲ୍ଲୀ ଅଗଷ୍ଟ ୧୦ (ଓଡ଼ିଆ ପୁଅ) ମଦ ଦୋକାନରେ ଧାଡି ବାନ୍ଧୁଥିବା ଲୋକଙ୍କ ପାଇଁ କେରଳ ସରକାର ଏକ ନେଗେଟିଭ୍ RT-PCR ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି। କାରଣ ମଙ୍ଗଳବାର ତିନି ମାସ ମଧ୍ୟରେ କୋଭିଡ -୧୯ ଟେଷ୍ଟ ପଜିଟିଭିଟି ରେଟ୍‌ ସର୍ବାଧିକ ପହଞ୍ଚିଛି। ଦେଶର ଦୈନିକ ସମକ୍ରମଣର ୫୦ ପ୍ରତିଶତରୁ ଅଧିକ କେରଳରୁ ଆସୁଥିବା ବେଳେ, କେରଳ ମଙ୍ଗଳବାର ଦିନ ୨୧, ୧୧୯ ନୂତନ ସଂକ୍ରମଣ ରିପୋର୍ଟ କରିଛି ଏବଂ ଟେଷ୍ଟ ପଜିଟିଭିଟି ହାର ୧୫.୯୧ ଅଛି।

ତେବେ ଯେଉଁମାନେ ଟୀକାକରଣ କରିଛନ୍ତି ସେମାନଙ୍କୁ ମଦ ଦୋକାନରେ ଟିକା ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ ବୋଲି ମଙ୍ଗଳବାର ବିଳମ୍ବିତ ରାତିରେ ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶରେ କୁହାଯାଇଛି।

ଗତ କିଛି ଦିନ ଭଳି ରାଜ୍ୟ ସରକାର ପ୍ରତିବନ୍ଧକ ଏବଂ କୋହଳ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି, ଶନିବାର ଲକ୍ଡାଉନ୍ ପ୍ରତ୍ୟାହାର କରିବା ଏବଂ ମଲ୍ ଗୁଡିକରେ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏଥି ସହିତ ଯଦି କୌଣସି ଅଞ୍ଚଳରେ ହଠାତ୍ ମାମଲା ଅଧିକ ହୁଏ ତେବେ ଟ୍ରିପଲ୍ ଲକଡାଉନ୍ ଲାଗୁ କରିବାକୁ ଚେତାବନୀ ଦେଇଛନ୍ତି ସରକାର। ଆସନ୍ତା ଦିନରେ କେରଳରେ ଆସୁଛି ଓନମ୍‌ ଉତ୍ସବ ଏଥିରେ ଭିଡ଼ ନ ଜମିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ଚେତାବନୀ ଦେଇଛି। ରାଜ୍ୟ ସରକାର ମଧ୍ୟ ମଙ୍ଗଳବାର ସନ୍ଧ୍ୟାରେ ଓନମ୍‌ ପାଇଁ ବଡ଼ ସମାବେଶକୁ ବାରଣ କରିଛନ୍ତି।