Odiapua.com

କେନ୍ଦୁଝର ଜିଲ୍ଲାରେ ପୁଣି ୭ କରୋନା ପଜିଟିଭ ଚିହ୍ନଟ : ପଜିଟିଭ ସଂଖ୍ୟା ୧୩୯ କୁ ବୃଦ୍ଧି

କେନ୍ଦୁଝର, ୨୯ ଜୁନ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାରେ ଆଜି ସୋମବାର ଦିନ ପୁଣି ୭ ଜଣଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସୋମବାର ସକାଳ ୯ ଟା ସୁଦ୍ଧା ଏହି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣା ପଡିଛି। ସପୃକ୍ତ କରୋନା ପଜିଟିଭଙ୍କ ମଧ୍ୟରୁ ୩ ଜଣ ତାମିଲନାଡୁ ଫେରନ୍ତା ହୋଇଥିବା ବେଳେ ୨ ଜଣ ତେଲେଙ୍ଗାନା ଓ ୨ ଜଣ ଆନ୍ଧ୍ରପ୍ରଦେଶରୁ ଫେରିଥିବା ସୂଚନା ଦିଆଯାଇଛି। ଏବଂ ସେମାନେ ସାହାରପଡା ଓ ତେଲକୋଇ ବ୍ଳକ ଅସ୍ଥାୟୀ ମେଡିକାଲ କ୍ୱାରେଣ୍ଟିନ୍ କେନ୍ଦ୍ରରେ ରହୁଥିଲେ। ସମସ୍ତ କରୋନା ପଜିଟିଭଙ୍କୁ କେନ୍ଦୁଝରସ୍ଥିତ କୋଭିଡ ହସ୍‌ପିଟାଲକୁ ପଠାଇଦିଆ ଯାଇଛି। ଗତକାଲି କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୨୫ ଜଣ କରୋନା ଆକ୍ରାନ୍ତରେ ମଧ୍ୟ ଚିହ୍ନଟ ହୋଇଥିଲେ। ଫଳରେ ଜିଲ୍ଲାରେ ସର୍ବମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୧୩୯କୁ ବୃଦ୍ଧି ପାଇଥିବା ବେଳେ ଇତି ମଧ୍ୟରେ ୮୦ ଜଣ ପଜିଟିଭ ଆକ୍ରାନ୍ତ ସୁସ୍ଥହୋଇ ଘରକୁ ଫେରିଛନ୍ତି। ଏବଂ ଜିଲ୍ଲାରେ ବର୍ତମାନ ସୁଦ୍ଧା ଆକ୍ଟିଭ କେଶ୍ ୫୯ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ଶେଷ ଖବରନୁଶାରେ ଚିକିତ୍ସିତ ହେଉଥିବା କରୋନା ପଜିଟିଭଙ୍କ ମଧ୍ୟରୁ ସୋମବାର ଦିନ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।