Odiapua.com

କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୧୧ କରୋନା ପଜିଟିଭି ଚିହ୍ନଟ : ମୋଟ ସଂଖ୍ୟା ୭୦ କୁ ବୃଦ୍ଧି : ସୁସ୍ଥ ୩୦

କେନ୍ଦୁଝର, ୧୪ ଜୁନ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଚ୍ଚନାୟକ) କେନ୍ଦୁଝର ଜିଲ୍ଲାରେ ପ୍ରଥମଥର ପାଇଁ ରବିବାର ଦିନ ୯ ଘଟିକା ସୁଦ୍ଧା ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ସଂଖ୍ୟକ କରୋନା ପଜିଟିଭ ଚିହ୍ନଟ ହୋଇଛି। ରବିବାର ଦିନ ଚିହ୍ନଟ ଏହି ସର୍ବାଧିକ କରୋନା ପଜିଟିଭଙ୍କ ସଂଖ୍ୟା ୧୧ ହୋଇଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ସର୍ବମୋଟ ପଜିଟିଭଙ୍କ ସଂଖ୍ୟା ୭୦ ରେ ପହଞ୍ଚିଛି।

ସମସ୍ତ ୧୧ ଜଣ କରୋନା ଆକ୍ରାନ୍ତ କ୍ୱାରେଣ୍ଟାଇନ କେନ୍ଦ୍ର ଅସ୍ଥାୟୀ ମେଡିକାଲ ସେଣ୍ଟର ଥିବା ବେଳେ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣ ମହାରାଷ୍ଟ୍ର ଫେରନ୍ତା ହୋଇଥିବା ବେଳେ ୨ ଜଣ ଗୁଜୁରାଟ, ଜଣେ ଉତରପ୍ରଦେଶ ଏବଂ ଜଣେ ଦିଲ୍ଳୀ ଫେରନ୍ତା ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ଏବଂ ଏମାନେ ତେଲକୋଇ ବ୍ଳକ, କେନ୍ଦୁଝର ସଦର ବ୍ଳକ, ହରିଚନ୍ଦନପୁର, ଓ ଆନନ୍ଦପୁର ବ୍ଳକ ର କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିଥିଲେ।

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆକ୍ଟିଭ କେଶ୍ ୪୦ ରହିଛି।

ଇତି ମଧ୍ୟରେ ଆନନ୍ଦପୁର ବ୍ଳକ ଅନ୍ତର୍ଗତ ପଞ୍ଚୁପଲୀ ପଞ୍ଚାୟତ ଅଧିନସ୍ଥ ବେଉଆସାହୀ ପ୍ରାଇମେରୀ ସ୍କୁଲ ଅସ୍ଥାୟୀ ମେଡିକାଲ ସେଣ୍ଟର, ଏବଂ ବାଇଲୋ ପଞ୍ଚାୟତ ଅନ୍ତର୍ଗତ ବାରିଗାଁ ୟୁ . ଜି. ଏମ୍‌. ଇ. ସ୍କୁଲ ଅସ୍ଥାୟୀ ମେଡିକାଲ ସେଣ୍ଟରକୁ ବଲଡିଂ ଦ୍ୱୟକୁ ପ୍ରଶାସନ ପକ୍ଷରୁ କନ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି।

ଏହି ପରିପ୍ରେକ୍ଷିରେ ଚଳିତ ମାସ ୧୪ ତାରିଖ ଦିନ ୧୦ ଘଟିକା ଠାରୁ ୨୭ ତାରିଖ ସକାଳ ୧୦ ପର୍ଯ୍ୟନ୍ତ ୧୪ ଦିନ ଏହି ଘୋଷଣା ବଳବତର ରହିବ ବୋଲି କୁହାଯାଇଛି।

ଅନୁରୁପ ଭାବେ ହରିଚନ୍ଦନପୁର ବ୍ଳକ ଅନ୍ତର୍ଗତ ମନୋହରପୁର ହାଇସ୍କୁଲର ଅସ୍ଥାୟୀ ମେଡିକାଲ ସେଣ୍ଟରକୁ କନ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଯାହା ଚଳିତ ମାସ ୧୪ ତାରିଖ ଦିନ ୧୦ଟା ଠାରୁ ୨୮ ତାରିଖ ଦିନ ୧୦ ଟା ପର୍ଯ୍ୟନ୍ତ ୧୪ ଦିନ ବଳବତର ରହିବ ବୋଲି କୁହାଯାଇଛି ଏବଂ କେନ୍ଦୁଝର ସଦର ବ୍ଳକ ଅନ୍ତର୍ଗତ ଗୋପାଳପୁର ଗ୍ରାମ ଅନ୍ତର୍ଗତ ସରକାରୀ ୟୁ. ପି. ସ୍କୁଲସ୍ଥିତ ଅସ୍ଥାୟୀ ମେଡିକାଲ ସେଣ୍ଟରକୁ ଚଳିତ ମାସ ୧୪ ତାରିଖ ଠାରୁ ୨୮ ତାରିଖ ସକାଳ ୧୦ଟି ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି।