Odiapua.com

ଚଳିତବର୍ଷ ସିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷାରେ ୯୯.୨୩ ଶତାଂଶ ଉତ୍ତୀର୍ଣ୍ଣ ହାର ହାସଲ କରି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ସର୍ବାଗ୍ରେ

ନୂଆ ଦିଲ୍ଲୀ ୧୭-୭ (ଓଡ଼ିଆ ପୁଅ) ଚଳିତବର୍ଷ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (କେଭିଏସ୍‌)ର ସଫଳତା ହାର ୯୯-୨୩ ଶତାଂଶ ରହିଛି। ସିବିଏସ୍‌ଇର ମୋଟ ଉତ୍ତୀର୍ଣ୍ଣ ହାର ଚଳିତବର୍ଷ ୯୧-୪୬ ଶତାଂଶ ରହିଥିବାବେଳେ କେନ୍ଦ୍ରୀୟ ବିଦ୍ୟାଳୟଗୁଡିକ ଏହି କ୍ଷେତ୍ରରେ ଶ୍ରେଷ୍ଠ ଫଳାଫଳ ହାସଲ କରିଛନ୍ତି। କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ କେଭିଏସ୍‌କୁ ଏହି ସଫଳତା ମିଳିଛି।

କେଭିଏସ୍‌ ପରୀକ୍ଷା ଫଳର ମୁଖ୍ୟାଂଶ

– ପରୀକ୍ଷା ଦେଇଥିବା କେଭିଏସ୍‌ର ମୋଟ ଛାତ୍ରଛାତ୍ରୀ- ୯୪୪୯୮

– ମୋଟ ଉତ୍ତୀର୍ଣ୍ଣଙ୍କ ସଂଖ୍ୟା- ୯୩୭୭୪

– କୃତକାର୍ଯ୍ୟ ହାର- ୯୯.୨୩ ଶତାଂଶ

– କୃତକାର୍ଯ୍ୟ ଛାତ୍ର- ୫୦୫୯୧

– କୃତକାର୍ଯ୍ୟ ଛାତ୍ରୀ- ୪୩୧୮୩

– ମୋଟ କେଭି ସଂଖ୍ୟା- ୧୧୬୮

– ଶତପ୍ରତିଶତ କୃତକାର୍ଯ୍ୟ ହୋଇଥିବା କେଭି ସଂଖ୍ୟା- ୮୪୬

– ନବେ ଶତାଂଶରୁ ଅଧିକ ନମ୍ବର ରଖିଥିବା ପରୀକ୍ଷାର୍ଥୀ- ୯୧୦୪

– ପଞ୍ଚାନବେ ଶତାଂଶରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ- ୧୭୧୭

ଅନୁଷ୍ଠାନ ୱାରୀ ପ୍ରଦର୍ଶନ

୧- କେଭିଏସ୍‌- ୯୯.୨୩%

୨- ଜେଏନ୍‌ଭି- ୯୮.୬୬%

୩- ସିଟିଏସ୍‌ଏ- ୯୩.୬୭%

୪- ସ୍ୱାଧୀନ- ୯୨.୮୧%

୫- ସରକାରୀ- ୮୦.୯୧%

୬- ସରକାରୀ ଅନୁଦାନପ୍ରାପ୍ତ- ୭୭.୮୨ ଶତାଂଶ

କେନ୍ଦ୍ରୀୟ ବିଦ୍ୟାଳୟର ସର୍ବଭାରତୀୟ ଟପ୍ପର

ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ଅଭୟ ନାୟକ ମୋଟ ୫୦୦ ନମ୍ବରରୁ ୪୯୭ (୯୯.୪%) ନମ୍ବର ରଖି କେଭିର କେନ୍ଦ୍ରୀୟ ସ୍ତରରେ ଟପ୍ପର ହୋଇଛନ୍ତି।