Odiapua.com

ନିଜ ପାଇଁ ନୋବେଲ୍ ପୁରସ୍କାର ଦାବି କରିପାରନ୍ତି କେଜ୍ରିୱାଲ୍: ବି. ଏଲ୍ ସନ୍ତୋଷ

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲ୍ ନିଜ ପାଇଁ ନୋବେଲ୍ ପୁରସ୍କାର ଦାବୀ କରିପାରନ୍ତି ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି. ଏଲ ସନ୍ତୋଷ। ବର୍ତ୍ତମାନର ରାଜନୈତିକ ଦଳ ୭୦ ବର୍ଷରେ ଯାହା କରିପାରି ନାହାଁନ୍ତି, ମନୀଷ ସିସୋଦିଆ ୫ ବର୍ଷରେ ତାହା କରି ଦେଖାଇଛନ୍ତି। ସମଗ୍ର ଦେଶର ଶିକ୍ଷା ବ୍ୟବସ୍ଥା ତାଙ୍କୁ ହସ୍ତାନ୍ତର କରାଯିବା ଉଚିତ୍ ସିସୋଦିଆଙ୍କୁ ଭାରତ ରତ୍ନ ଦିିଆଯିବା କଥା ବୋଲି ଅରବିନ୍ଦ କେଜ୍ରିୱାଲ କହିବା ପରେ, ଏହାପରେ କେଜ୍ରିୱାଲ୍ ନିଜ ପାଇଁ ନୋବେଲ୍ ପୁରସ୍କାର ଦାବୀ କରିପାରନ୍ତି ବୋଲି କଟାକ୍ଷ କରିଛନ୍ତି ବିଜେପି ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି. ଏଲ ସନ୍ତୋଷ। ସତ୍ୟେନ୍ଦ୍ର ଜୈନଙ୍କ ପାଇଁ ପଦ୍ମ ବିଭୂଷଣ, ମନୀଷ ସିସୋଦିଆଙ୍କ ପାଇଁ ଭାରତ ରତ୍ନ ଏହାପରେ କେଜ୍ରିୱାଲ ନିଜ ପାଇଁ ନୋବେଲ୍ ପୁରସ୍କାର ଦାବୀ କରିପାରନ୍ତି ବୋଲି ଟ୍ୱିଟ୍ କରିଛନ୍ତି ବି. ଏଲ୍ ସନ୍ତୋଷ।
-/Dr