Odiapua.com

ହିନ୍ଦୁ ଧର୍ମକୁ ଅପମାନ କଲା ପରି ଟ୍ୱିଟ କଲେ କେଜରିୱାଲ!

ଭୁବନେଶ୍ୱର:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସବୁ ସମୟରେ ତାଙ୍କ ଭାଷଣ, ମନ୍ତବ୍ୟ, ଟ୍ୱିଟ ଆଦିକୁ ନେଇ ବିବାଦରେ ରୁହନ୍ତି।ଏବେ ନିର୍ବାଚନ ପାଖେଇ ଆସିଥିବା ବେଳେ ଏବଂ ଆଚରଣବିଧି ଲାଗୁ ହୋଇ ସାରିଥିବା ବେଳେ କେଜରିୱାଲ ଏକ ବିବାଦୀୟ ଟ୍ୱିଟ କରିଛନ୍ତି।ସମ୍ଭବତଃ ସେ ଭାଜପା/ଗୌରିକ ଦଳକୁ ହଟାଇବାକୁ ସନ୍ଦେଶ ଦେବାକୁ ଯାଇ ଏପରି ଏକ ଛାୟା ଚିତ୍ର ପୋଷ୍ଟ କରିଛନ୍ତି,ଯେଉଁଥିରେ ଆପ ନିର୍ବାଚନୀ ସଙ୍କେତ ଝାଡ଼ୁ ଧରି ଜଣେ, ହିନ୍ଦୁ ଧର୍ମର ଆସ୍ଥା ରହିଥିବା ସ୍ୱସ୍ତିକ ଚିହ୍ନ ଆକୃତିର ଜଣଙ୍କୁ ଗୋଡ଼ାଉଛି।ଭାଜପାକୁ ଟାର୍ଗେଟ କରିବାକୁ ଯାଇ କେଜରିୱାଲ ହିନ୍ଦୁ ଧର୍ମ ବିଶ୍ୱାସକୁ ଅପହାସ କରିଛନ୍ତି।କେଜେରିୱାଲ ସେଥିରେ ଲେଖିଛନ୍ତି,”କେହି ଜଣେ ପଠାଇଛି”।/ଦେବଦତ୍ତ