Odiapua.com

କାଶ୍ମୀର କେଶରକୁ ମିଳିଲା ଜିଆଇ ଟ୍ୟାଗ

ନୂଆ ଦିଲ୍ଲୀ ୨-୫ (ଓଡ଼ିଆ ପୁଅ) ଜାମ୍ମୁ କାଶ୍ମୀରର କରୱା (ଉଚ୍ଚଭୂମି) ରେ ଚାଷ କରାଯାଉଥିବା ଏବଂ ଅମଳ କରାଯାଉଥିବା କାଶ୍ମୀରର ସାଫ୍ରନ୍ (କେଶର) କୁ ଜିଓଗ୍ରାଫିକାଲ୍ ଇଣ୍ଡିକେସନ୍ (ଜିଆଇ) ଟ୍ୟାଗ୍ ଦିଆଯାଇଛି। ଏହା କାଶ୍ମୀରର ପୁଲୱାମା, ବୁଡଗାମ, କିଶ୍ଟୱର ଏବଂ ଶ୍ରୀନଗର ସମେତ କେତେକ ଅଞ୍ଚଳରେ ଚାଷ କରାଯାଏ।

କାଶ୍ମୀରର କେଶର ଏକ ବହୁମୂଲ୍ୟ ଏବଂ ମହଙ୍ଗା ଦ୍ରବ୍ୟ। ଇରାନ ହେଉଛି କେଶରର ସବୁଠାରୁ ବଡ ଉତ୍ପାଦକ ଏବଂ ଭାରତ ହେଉଛି ଏକ ଘନିଷ୍ଠ ପ୍ରତିଯୋଗୀ।

କାଶ୍ମୀରର କେଶର ଏକ ମସଲା ଭାବରେ ସର୍ବଭାରତୀୟ ସ୍ତରରେ ପ୍ରସିଦ୍ଧ। ଏହା ସ୍ୱାସ୍ଥ୍ୟ ପାଇଁ ବହୁ ଉପକାରୀ। ଔଷଧ ପ୍ରସ୍ତୁତି ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ। ଏହା ପାରମ୍ପାରିକ କାଶ୍ମୀରୀ ରୋଷେଇ ରେ ବ୍ୟବହାର କରାଯାଇଥାଏ। କାଶ୍ମୀର ସାଫ୍ରନର ଅନନ୍ୟ ଗୁଣ ହେଉଛି ଏହା ଲମ୍ବା ଏବଂ ମୋଟା। ପ୍ରାକୃତିକ ଗଭୀର-ଲାଲ ରଙ୍ଗ, ଉଚ୍ଚ ସୁଗନ୍ଧିତ, ତିକ୍ତ ସ୍ବାଦ ବିଶିଷ୍ଟ। ରାସାୟନିକ ମୁକ୍ତ ପ୍ରକ୍ରିୟାକରଣ ଏବଂ ଅଧିକ ପରିମାଣର ରଙ୍ଗ ଶକ୍ତି ବିଶିଷ୍ଟ।