Odiapua.com

ଜାମ୍ମୁ କାଶ୍ମୀରରେ ପ୍ରଥମ କରୋନା ମୃତ୍ୟୁ

ନୂଆ ଦିଲ୍ଲୀ ୨୬-୩ (ଓଡ଼ିଆ ପୁଅ) ନୋଭେଲ କରୋନାଭାଇରସ କାରଣରୁ ଜାମ୍ମୁ କାଶ୍ମୀରରେ ପ୍ରଥମ ମୃତ୍ୟୁ ଖବର ଆସିଛି। ମୃତକ ଜଣେ ୬୫ ବର୍ଷ ବୟସ୍କ ବ୍ୟକ୍ତି ଯିଏ ଜଣେ ଧର୍ମ ପ୍ରଚାରକ ଥିଲେ। ସେ ଦିଲ୍ଲୀ, ୟୁପି, ଜାମ୍ମୁ ଏବଂ ଶ୍ରୀନଗର ଯାତ୍ରା କରିଥିଲେ। ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଏହି ବ୍ୟକ୍ତିଙ୍କର ଦୁଇ ଦିନ ପୂର୍ବରୁ ଟେଷ୍ଟ ପଜିଟିଭ୍ ଆସିଥିଲା ଏବଂ ସେ ତାଙ୍କର ଯାତ୍ରା ଇତିହାସ ଲୁଚାଇ ରଖିଥିଲେ।

ସୂଚନାଯୋଗ୍ୟଯେ, ଗତକାଲି ଗୁଜୁରାଟରେ କୋଭିଡ -୧୯ କାରଣରୁ ଜଣେ ୮୫ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ଅହମ୍ମଦାବାଦ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ANI ଅନୁଯାୟୀ ଉକ୍ତ ମହିଳା ସେ ବିଦେଶ ଯାତ୍ରା କରିଥିଲେ ଏବଂ COVID-୧୯ ର ଲକ୍ଷଣ ବିକଶିତ କରିବା ପରେ ତାଙ୍କୁ ୨୨ ମାର୍ଚ୍ଚରେ ଅହମ୍ମଦାବାଦ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଅନେକ ଜଟିଳତାର ଶିକାର ହୋଇଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ, ଗୁଜୁରାଟ ସରକାର ପ୍ରକାଶ କରିଛି।

ଦେଶରେ ଗତକାଲି ସୁଦ୍ଧା ୬୦୬ ଜଣ କରୋନାଭାଇରସ୍ ରେ ସଂକ୍ରମିତ ହୋଇଛନ୍ତି। ୪୩ ଜଣ ଲୋକ ସୁସ୍ଥ ହୋଇଥିବା ବେଳେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ପୁଷ୍ଟି କରିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ।

କିନ୍ତୁ ସମଗ୍ର ବିଶ୍ୱର ପରିସ୍ଥିତି ଉପରକୁ ନଜର ପକାଇଲେ ୧୯୪ ଦେଶରେ ୨୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହେଲାଣି।