Odiapua.com

ତାଜା ଖବର : କର ନାଟକ: ୧୪ ବିଦ୍ରୋହୀ ବିଧାୟକ ଅଯୋଗ୍ୟ ଘୋଷିତ

କର୍ଣ୍ଣାଟକ ୨୮-୭ (ଓଡ଼ିଆ ପୁଅ) ଥମୁନି କର୍ଣ୍ଣାଟକର ରାଜନୈତିକ ଡ୍ରାମା। ଆଜି କଂଗ୍ରେସ ଏବଂ ଡେଡ଼ିଏସ୍ ର ୧୪ ଜଣ ବିଦ୍ରୋହୀ ବିଧାୟକଙ୍କୁ ବାଚସ୍ପତି ରମେଶ କୁମାର ଅଯୋଗ୍ୟ ଘୋଷିତ କରିଛନ୍ତି। ଏ ଶୁକ୍ରବାର ଦିନ ୟେଦୁୟୁରାପା ମୁଖ୍ୟମନ୍ତ୍ରୀ ପଦର ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଆସନ୍ତା ସୋମବାର ଦିନ ମୁଖ୍ୟମନ୍ତ୍ରୀ ୟେଦୁରାପାଙ୍କୁ ତାଙ୍କର ବହୁମତ ସାବ୍ୟସ୍ତ କରିବା ପାଇଁ ସମୟ ନିର୍ଦ୍ଧାରଣ କରିଛନ୍ତି। ଇତି ମଧ୍ୟରେ ବାଚଷ୍ପତି ଆଜି ୧୪ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି।

ସ୍ପିକର ରମେଶ କୁମାର କଂଗ୍ରେସର ବୈରାଠୀ ବସବରାଜ, ମୁନିରତ୍ନ, ଏସଟି ସୋମଶେଖର, ରୋଶନ ବେଗ, ଆନନ୍ଦ ସିଂହ, ଏମଟିବି ନାଗରାଜ, ବିସି ପାଟିଲ, ପ୍ରତାପ ଗୌଡ଼ା ପାଟିଲ, ଡ. ସୁଧାକର, ଶିବରାମ ହେବ୍ବାର, ଶ୍ରୀମନ୍ତ ପାଟିଲ କୋ ଅଯୋଗ୍ୟ ଘୋଷିତ କରିଛନ୍ତି। ଏହା ବ୍ୟତୀତ ଜେଡିଏସର ତିନି ବିଦ୍ରୋହୀ ବିଧାୟକ କେ. ଗୋପାଲୈୟା, ନାରାୟଣ ଗୌଡ଼ା, ଏ ଏଚ ବିଶ୍ଵନାଥଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି।

ପୁନଶ୍ଚ କୁହାଯାଇପାରେଯେ, କର୍ଣ୍ଣାଟକର ବିଧାନସଭା ଅଧ୍ୟକ୍ଷ ଆର ରମେଶ କୁମାର ଗୁରୁବାର ଦିନ ଜଣେ ନିର୍ଦ୍ଦଳୀୟ ବିଧାୟକ ଏବଂ ଦୁଇ ଜଣ କଂଗ୍ରେସ ବିଧାୟକଙ୍କ ସମେତ ତିନିଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ସେମାନେ ହେଲେ ରମେଶ ଜରକିହୋଲୀ- କଂଗ୍ରେସ, ମହେଶ କୁମଥଲ୍ଲୀ- କଂଗ୍ରେସ ଏବଂ ଆର ଶଂକର- ନିର୍ଦ୍ଦଳୀୟ।

ଗତ ମଙ୍ଗଳବାରଦିନ ଅନୁଷ୍ଠିତ ଆସ୍ଥାଭୋଟରେ କର୍ଣ୍ଣାଟକର ଏଚଡି କୁମାରସ୍ୱାମୀ ସରକାର ପରାଜିତ ହୋଇ ଭାଙ୍ଗିଯାଇଥିଲା। ସରକାର ସପକ୍ଷରେ ୯୯ ଓ ବିପକ୍ଷରେ ୧୦୫ ଭୋଟ ପଡିଥିଲା। ଇସ୍ତଫା ଦେଇଥିବା ୧୫ ବିଧାୟକ ଅନୁପସ୍ଥିତ ରହିଥିଲେ। ବାଚସ୍ପତି ଏପର୍ଯ୍ୟନ୍ତ ଇସ୍ତଫା ଦେଇଥିବା ସମସ୍ତ ୧୫ ବିଧାୟକମାନଙ୍କ ସଂପର୍କରେ ନିଷ୍ପତ୍ତି ନେଇନଥିବାରୁ, ବିଜେପି ମଧ୍ୟ ସରକାର ଗଠନ ପାଇଁ ଦାବି କରିପାରିନଥିଲା କିନ୍ତୁ ଶୁକ୍ରବାର ଦିନ ୟେଦୁରାପା ମୁଖ୍ୟମନ୍ତ୍ରୀ ପଦର ଶପଥ ଗ୍ରହଣ କରିଥିଲେ।

କର୍ଣ୍ଣାଟକ ବିଧାନସଭା ଅଧ୍ୟକ୍ଷ ର ଆର ରମେଶ କୁମାର ଗୁରୁବାରଦିନ କହିଲେ କି ସେ ନିଜର ବିଶେଷାଧିକାରର ବ୍ୟବହାର କରିବେ ଏବଂ ଉଚ୍ଚତମ ନ୍ୟାୟାଳୟ ଯେଉଁ ଭରସା ତାଙ୍କ ଉପରେ ରଖିଛନ୍ତି ତାହାକୁ ସେ ପାଳନ କରିବେ। ବିଧାନସଭା ଅଧ୍ୟକ୍ଷ ଆର ରମେଶ ଏହି ତିନିଜଣ ବିରୋଧି ବିଧାୟକଙ୍କର ଇସ୍ତପା ଏବଂ ଅଯୋଗ୍ୟତା ସମ୍ବନ୍ଧୀତ ଯାଚିକା ଉପରେ ନିଷ୍ପତି କରିଛନ୍ତି।

ସେ କହିଲେ କି ବିରୋଧି ବିଧାୟକଙ୍କୁ ତାଙ୍କର ସମକ୍ଷରେ ଉପସ୍ଥିତ ହେବାପାଇଁ ଏବେ ଆଉ ମୌକା ମିଳିବ ନାହିଁ ଏବଂ ଏବେ ଏହି ଅଧ୍ୟାୟ ବନ୍ଦ ହୋଇସାରିଛି। ସେ କହିଲେ, ‘‘ଆଇନ୍ ସମସ୍ତଙ୍କ ପାଇଁ ସମାନ ଅଟେ। ସେ ଶ୍ରମିକ ହୁଅନ୍ତୁ କିମ୍ବା ଭାରତର ରାଷ୍ଟ୍ରପତି।’’ କୁମାର କହିଲେ, ‘‘ହଁ – ନ୍ୟାୟାଳୟ (ଇସ୍ତପା ଉପରେ ନିଷ୍ପତି କରିବା ପାଇଁ) ମୋର ବିବେକ ଉପରେ ଛାଡ଼ିଛନ୍ତି। ମୋର ନିକଟରେ ବିବେକାଧିକାର ଅଛି।