Odiapua.com

ତିନି ବିଧାୟକ ଅଯୋଗ୍ୟ ଘୋଷିତ

କର୍ଣ୍ଣାଟକ ୨୫-୭ (ଓଡ଼ିଆ ପୁଅ) କର୍ଣ୍ଣାଟକର ବିଧାନସଭା ଅଧ୍ୟକ୍ଷ ଆର ରମେଶ କୁମାର ଗୁରୁବାର ଦିନ ଜଣେ ନିର୍ଦ୍ଦଳୀୟ ବିଧାୟକ ଏବଂ ଦୁଇ ଜଣ କଂଗ୍ରେସ ବିଧାୟକଙ୍କ ସମେତ ତିନିଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ସେମାନେ ହେଲେ ରମେଶ ଜରକିହୋଲୀ- କଂଗ୍ରେସ, ମହେଶ କୁମଥଲ୍ଲୀ- କଂଗ୍ରେସ ଏବଂ ଆର ଶଂକର- ନିର୍ଦ୍ଦଳୀୟ। ସୂଚନାଯୋଗ୍ୟଯେ, ଗତ ମଙ୍ଗଳବାରଦିନ ଅନୁଷ୍ଠିତ ଆସ୍ଥାଭୋଟରେ କର୍ଣ୍ଣାଟକର ଏଚଡି କୁମାରସ୍ୱାମୀ ସରକାର ପରାଜିତ ହୋଇ ଭାଙ୍ଗିଯାଇଥିଲା। ସରକାର ସପକ୍ଷରେ ୯୯ ଓ ବିପକ୍ଷରେ ୧୦୫ ଭୋଟ ପଡିଥିଲା। ଇସ୍ତଫା ଦେଇଥିବା ୧୫ ବିଧାୟକ ଅନୁପସ୍ଥିତ ରହିଥିଲେ। ବାଚସ୍ପତି ଏପର୍ଯ୍ୟନ୍ତ ଇସ୍ତଫା ଦେଇଥିବା ସମସ୍ତ ୧୫ ବିଧାୟକମାନଙ୍କ ସଂପର୍କରେ ନିଷ୍ପତ୍ତି ନେଇନଥିବାରୁ, ବିଜେପି ମଧ୍ୟ ସରକାର ଗଠନ ପାଇଁ ଦାବି କରିପାରିନାହିଁ।

କର୍ଣ୍ଣାଟକ ବିଧାନସଭା ଅଧ୍ୟକ୍ଷ ର ଆର ରମେଶ କୁମାର ଗୁରୁବାରଦିନ କହିଲେ କି ସେ ନିଜର ବିଶେଷାଧିକାରର ବ୍ୟବହାର କରିବେ ଏବଂ ଉଚ୍ଚତମ ନ୍ୟାୟାଳୟ ଯେଉଁ ଭରସା ତାଙ୍କ ଉପରେ ରଖିଛନ୍ତି ତାହାକୁ ସେ ପାଳନ କରିବେ। ବିଧାନସଭା ଅଧ୍ୟକ୍ଷ ଆର ରମେଶ ଏହି ତିନିଜଣ ବିରୋଧି ବିଧାୟକଙ୍କର ଇସ୍ତପା ଏବଂ ଅଯୋଗ୍ୟତା ସମ୍ବନ୍ଧୀତ ଯାଚିକା ଉପରେ ନିଷ୍ପତି କରିଛନ୍ତି।

ସେ କହିଲେ କି ବିରୋଧି ବିଧାୟକଙ୍କୁ ତାଙ୍କର ସମକ୍ଷରେ ଉପସ୍ଥିତ ହେବାପାଇଁ ଏବେ ଆଉ ମୌକା ମିଳିବ ନାହିଁ ଏବଂ ଏବେ ଏହି ଅଧ୍ୟାୟ ବନ୍ଦ ହୋଇସାରିଛି। ସେ କହିଲେ, ‘‘ଆଇନ୍ ସମସ୍ତଙ୍କ ପାଇଁ ସମାନ ଅଟେ। ସେ ଶ୍ରମିକ ହୁଅନ୍ତୁ କିମ୍ବା ଭାରତର ରାଷ୍ଟ୍ରପତି।’’ କୁମାର କହିଲେ, ‘‘ହଁ – ନ୍ୟାୟାଳୟ (ଇସ୍ତପା ଉପରେ ନିଷ୍ପତି କରିବା ପାଇଁ) ମୋର ବିବେକ ଉପରେ ଛାଡ଼ିଛନ୍ତି। ମୋର ନିକଟରେ ବିବେକାଧିକାର ଅଛି।