Odiapua.com

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କୁ କରୋନା

ବାଙ୍ଗାଲୁରୁ ୩-୮ (ଓଡ଼ିଆ ପୁଅ) କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ବିଏସ୍ ୟେଦିୟୁରପ୍ପାଙ୍କ କରୋନା ଟେଷ୍ଟ ପଜିଟିଭ୍ ଆସିଛି। ସେ ଏ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ୟେଦିୟୁରପ୍ପା (୭୭) ଟ୍ୱିଟରରେ ପ୍ରକାଶ କରିଛନ୍ତିଯେ, “ମୁଁ କରୋନାଭାଇରସ୍ ପାଇଁ ଟେଷ୍ଟ କରିଥିଲି, ରିପୋର୍ଟ ପଜିଟିଭ୍ ଆସିଛି। ମୁଁ ଭଲ ଅଛି। ଡାକ୍ତରଙ୍କ ସୁପାରିଶ କ୍ରମେ ମୋତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯେଉଁମାନେ ମୋର ସଂସ୍ପର୍ଶରେ ଆସିଛନ୍ତି ମୁଁ ସେମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ନିଜର ଟେଷ୍ଟ କରାନ୍ତୁ ଏବଂ ସେଲ୍ଫ କ୍ୱାରେଣ୍ଟିନରେ ଯାଆନ୍ତୁ”।