Odiapua.com

କନୁପ୍ରିୟା, ପ୍ରସିଦ୍ଧ ଦୂରଦର୍ଶନ ଆଙ୍କର୍, କୋଭିଡ୍ -୧୯ ରେ ମୃତ୍ୟୁ

ନୂଆଦିଲ୍ଲୀ ମଇ ୧ (ଓଡ଼ିଆ ପୁଅ) ଭାରତର ଜାତୀୟ ଟେଲିଭିଜନ ନେଟୱାର୍କ ଦୂରଦର୍ଶନର ଜଣାଶୁଣା ଚେହେରା କନୁପ୍ରୀୟାଙ୍କର ଶୁକ୍ରବାର ଦିନ କୋଭିଡ -୧୯ ରେ ମୃତ୍ୟୁ ଘଟିଛି। ସେ ଗତ ଏପ୍ରିଲ୍ ୩୦ ରେ ଶେଷ ନିଶ୍ୱାସ ନେବା ପୂର୍ବରୁ ଗତ ଦୁଇ ଦିନ ହେବ ଅକ୍ସିଜେନ୍‌ ସପୋର୍ଟରେ ଥିଲେ। ତାଙ୍କ ଭଉଣୀ ବି.କେ ଶିବାନୀ ସୋସିଆଲ ମିଡିଆରେ ଏହି ଖବର ସେୟାର କରିଛନ୍ତି। କନୁପ୍ରିୟା ଦୂରଦର୍ଶନ ସହ ଟିଭିରେ ଡେବ୍ୟୁ କରିଥିଲେ ଏବଂ ବର୍ତ୍ତମାନ ବ୍ରହ୍ମା କୁମାରିଙ୍କର ଦୈନିକ ଶୋ ହେଷ୍ଟ କରୁଥିଲେ। ନ୍ୟୁଜ୍ ଆଙ୍କରିଂ ବ୍ୟତୀତ ସେ ଜଣେ ଅଭିନେତ୍ରୀ ଏବଂ ଚଳଚ୍ଚିତ୍ର ନିର୍ମାତା ମଧ୍ୟ ଥିଲେ।

କନୁପ୍ରୀୟାଙ୍କ ଶୋ କର୍ମଭୂମି ଯୁବମାନଙ୍କର ବେଶ୍ ଆକର୍ଷଣ ହୋଇଥିଲା। ଶୋ’ର ଉଦ୍ଦେଶ୍ୟ ହେଉଛି ନେତ୍ତ୍ୱତ୍ୱ ସୃଷ୍ଟି କରିବା, ଯିଏ ଯୁବକମାନଙ୍କୁ ଆତ୍ମ-ଉନ୍ନତି ଏବଂ ନିଷ୍ପତ୍ତି ନେବା ପଥରେ ପ୍ରେରଣା ଦେଇପାରିବ।

ଜଣେ ଅଭିନେତ୍ରୀ ଭାବରେ କନୁପ୍ରୀୟା ୮୦ ରୁ ଅଧିକ ସିରିଏଲ୍ ଏବଂ ୫୦ ଟି ଟେଲିଫିଲ୍ମରେ କାମକରିଛନ୍ତି।