Odiapua.com

କନ୍ଧମାଳ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ଆୟୋଜିତ ..

ଭୁବନେଶ୍ୱର/ଫୁଲବାଣୀ: ବିଜେପି ମହିଳା ମୋର୍ଚ୍ଚା କନ୍ଧମାଳ ସାଙ୍ଗଠନିକ ଜିଲ୍ଲା କାର୍ଯ୍ୟକାରଣୀ ରବିବାର ଦିନ ସଂପର୍ଣ୍ଣ ହୋଇଯାଇଛି। ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ପୋୖରାଧ୍ୟକ୍ଷା ସ୍ମିତାରଣୀ ମହାନ୍ତିଙ୍କ ସଭାପତିତ୍ୱରେ ତଥା ମହିଳା ମୋର୍ଚ୍ଚା ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରଶ୍ମିମୟୀ ପଟ୍ଟନାୟକଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକାରିଣୀ ବୈଠକରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଯୋଗଦେଇ ମୋଦୀ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଉପରେ ଆଲୋକପାତ କରିବା ସହ ତୃଣମୂଳ ସ୍ତରରେ ସଙ୍ଗଠନକୁ ମଜବୁତ କରିବା ଦିଗରେ ମହିଳା ମୋର୍ଚ୍ଚା ଜିଲ୍ଲା ପଦାଧିକାରୀ ଏବଂ ଜିଲ୍ଲା କାର୍ଯ୍ୟକାରିଣୀକୁ ମାର୍ଗଦର୍ଶନ କରିଥିଲେ। ଏହି ଅବସରରେ ଜିଲ୍ଲାର ନିର୍ବାଚିତ ମହିଳା କାଉନସିଲର ଏବଂ ଜିଲ୍ଲା ପରିଷଦ ସଦସ୍ୟା ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ଗତ ନିର୍ବାଚନର ବିଧାୟିକା ପ୍ରାର୍ଥୀନୀ ଅର୍ଚ୍ଚନା ପ୍ରଧାନ ପ୍ରମୂଖ ଯୋଗ ଦେଇଥିଲେ। ଏହି ଅବସରରେ ସାମୂହିକ ଭାବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ “ମନ୍ କି ବାତ୍” ଶୁଣିବା ସହ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।
-/Dr