Odiapua.com

ନୂଆଖାଇରେ ମିଳିବ କାଳିଆ ଟଙ୍କା

ଭୁବନେଶ୍ୱର ୧୦ ସେପ୍ଟେମ୍ବର (ଓଡ଼ିଆ ପୁଅ) ନୂଆଖାଇରେ ମିଳିବ କାଳିଆ ଟଙ୍କା। ନୂଆଖାଇ ଅବସରରେ ଆସନ୍ତା ୧୧ ତାରିଖରେ ଚାଷୀମାନଙ୍କୁ ‘କାଳିଆ’ ଯୋଜନାର ଟଙ୍କା ମିଳିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି ଟଙ୍କା ପ୍ରଦାନର ଶୁଭାରମ୍ଭ କରିବେ।

୩୭ ଲକ୍ଷରୁ ଅଧିକ ଚାଷୀଙ୍କୁ ୭୪୨ କୋଟି ଟଙ୍କା ପ୍ରଦାନ କରାଯିବ। ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟ୍‌କୁ ୨ ହଜାର ଟଙ୍କା ଲେଖାଏ ଯିବ। ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଉତ୍କଳ ଦିବସ ଅବସରରେ ଗତ ଏପ୍ରିଲ୍‌ ୧ ତାରିଖରେ ଚାଷୀମାନଙ୍କୁ କାଳିଆ ଯୋଜନାର ଗୋଟିଏ କିସ୍ତି ମିଳିଥିଲା।