Odiapua.com

ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ହେଲେ ପରାସରନ, ଜାଣନ୍ତୁ- କିଏ, କିଏ ଏଥିରେ ସାମିଲ

ନୂଆ ଦିଲ୍ଲୀ ୫-୨ (ଓଡ଼ିଆ ପୁଅ) ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ “ଶ୍ରୀ ରାମ ମନ୍ଦିର ତୀର୍ଥ କ୍ଷେତ୍ର” ଟ୍ରଷ୍ଟ ର ଘୋଷଣା କରିଥିଲେ। ଜାତୀୟ ଗଣମାଧ୍ୟମ ସୂତ୍ର ଅନୁସାରେ, ଏହି ଟ୍ରଷ୍ଟରେ ୧୫ ଜଣ ସଦସ୍ୟ ହେବେ। ୯ ଜଣ ସ୍ଥାୟୀ ଏବଂ ୬ ଜଣ ନାମିତ ସଦସ୍ୟ ହେବେ, ଟ୍ରଷ୍ଟ ଅଯୋଧ୍ୟାରେ ରାମ ଜନ୍ମଭୂମି ମନ୍ଦିର ନିର୍ମାଣ କରିବ। କେ.ପରାସରନ ଟ୍ରଷ୍ଟର ଅଧ୍ୟକ୍ଷ ହେବେ। ଅଯୋଧ୍ୟାର ପୂର୍ବତନ ରାଜ ପରିବାରର ରାଜା ବିମଳେନ୍ଦ୍ର ପ୍ରତାପ ମିଶ୍ର, ଅଯୋଧ୍ୟାର ହୋମିଓପାଥି ଡକ୍ଟର ଅନିଲ ମିଶ୍ର ଏବଂ କଲେକ୍ଟରଙ୍କୁ ଟ୍ରଷ୍ଟି ବନାଯାଇଛି।

ମହନ୍ତ ଦିନେନ୍ଦ୍ର ଦାସଙ୍କୁ ଭୋଟିଂର ଅଧିକାର ନାହିଁ
ପୂର୍ବରୁ ଏପରି ଖବର ଆସିଥିଲା କି ଚାରିଜଣ ଶଙ୍କରାଚାର୍ଯ୍ୟଙ୍କୁ ଏହି ଟ୍ରଷ୍ଟରେ ସାମିଲ କରାଯିବ, କିନ୍ତୁ ସରକାର ଟ୍ରଷ୍ଟରେ ଜଣେ ପ୍ରୟାଗରାଜର ଜ୍ୟୋତିଷପୀଠାଧୀଶ୍ୱର ସ୍ୱାମୀ ବାସୁଦେବାନନ୍ଦ ସରସ୍ୱତୀ ଜୀ ମହାରାଜଙ୍କୁ ସାମିଲ କରିଛନ୍ତି। ଟ୍ରଷ୍ଟରେ ନିର୍ମୋହୀ ଆଖାଡ଼କୁ ମଧ୍ୟ ଜାଗା ଦିଆଯାଇଛି। କିନ୍ତୁ ଆଖାଡ଼ାର ମହନ୍ତ ଦିନେନ୍ଦ୍ର ଦାସଙ୍କୁ ଟ୍ରଷ୍ଟ ମିଟିଂରେ ଭୋଟିଂ ଅଧିକାର ରହିବ ନାହିଁ।

ଶଙ୍କରାଚାର୍ଯ୍ୟଙ୍କୁ ମିଳିଲା ଜାଗା
ଜାତୀୟ ଗଣମାଧ୍ୟମ ସୂତ୍ର ଅନୁସାରେ – ମଣିରାମ ଦାସ ଛାବନର ନିତ୍ୟ ଗୋପାଲ ଦାସ, ସ୍ବାମୀ ବାସୁଦେବାନନ୍ଦକୁ ଟ୍ରଷ୍ଟରେ ସ୍ଥାନ ଦିଆଯାଇଛି। ଡିଏମ ଏବଂ କମିଶନର ହେବେ ପଦ ଅଧିକାରୀ। ହରିଦ୍ୱାର ଏବଂ ଦକ୍ଷିଣ ଭାରତରୁ ଜଣେ ଜଣେ ସନ୍ଥ ନିର୍ମୋହୀ ଏବଂ ଦିଗମ୍ବର ଆଖାଡାରୁ ଜଣେ ଜଣେ ସଦସ୍ୟଙ୍କୁ ମିଳିବ ପ୍ରତିନିଧିତ୍ତ୍ୱ। ଖବର ଅନୁଯାୟୀ ଦୁଇ ଜଣ ଶଙ୍କରାଚାର୍ଯ୍ୟଙ୍କୁ ମଧ୍ୟ ଟ୍ରଷ୍ଟରେ ବିଶେଷ ଜାଗା ମିଳିବ।
୧୫ ସଦସ୍ୟମାନଙ୍କର ନାମ
କେ.ପରାସରନ ଟ୍ରଷ୍ଟର ଅଧ୍ୟକ୍ଷ ହେବେ
ଶଙ୍କରାଚାର୍ଯ୍ୟ ବାସୁଦେବାନନ୍ଦ ମହାରାଜ, ସଦସ୍ୟ
ପରମାନନ୍ଦ ଜୀ ମହାରାଜ ହରିଦ୍ୱାର, ସଦସ୍ୟ
ସ୍ୱାମୀ ଗୋବିନ୍ଦଗିରୀ ଜୀ ପୁଣେ, ସଦସ୍ୟ
ବିମଲେନ୍ଦ୍ର ମୋହନ ପ୍ରତାପ ମିଶ୍ର, ସଦସ୍ୟ
ଡ.ଅନିଲ ମିଶ୍ରା ହୋମ୍ୟୋପାଥିକ ଡ. ଅଯୋଧ୍ୟା, ସଦସ୍ୟ
ଡ.କମଲେଶ୍ୱର ଚୌପାଲ ପାଟନା, ସଦସ୍ୟ
ମହନ୍ତ ଧୀନେନ୍ଦ୍ର ଦାସ ନିର୍ମୋହୀ ଆଖାଡ଼ା, ସଦସ୍ୟ
ଡିଏମ ଅଯୋଧ୍ୟା ଟ୍ରଷ୍ଟର ସଂଯୋଜକ ସଦସ୍ୟ

ଟ୍ରଷ୍ଟରେ ୬ ଜଣ ନାମିତ ସଦସ୍ୟ ମଧ୍ୟ ହେବେ ଏମାନଙ୍କୁ ବୋର୍ଡ ଅଫ ଟ୍ରଷ୍ଟ ନାମିତ କରିବେ।

ଏହି ଟ୍ରଷ୍ଟରେ ଜଗତଗୁରୁ ସ୍ୱାମୀ ବାସୁଦେବାନନ୍ଦ ସରସ୍ୱତୀଙ୍କୁ ମଧ୍ୟ ସାମିଲ କରାଯାଇଛି। ରାମ ମନ୍ଦିର ଟ୍ରଷ୍ଟରେ ସାମିଲ କରାଯିବା ଉପରେ ସ୍ବାମୀ ବାସୁଦେବାନନ୍ଦ ସରସ୍ବତୀ ଖୁସି ପ୍ରକଟ କରିଛନ୍ତି। ସେ କହିଛନ୍ତିଯେ, ଅଯୋଧ୍ୟାରେ ଜନତାଙ୍କର ପଇସାରେ ଭବ୍ୟ ରାମ ମନ୍ଦିରର ନିର୍ମାଣ ହେବ। ଆଜିପର୍ଯ୍ୟନ୍ତ ଜନତାଙ୍କଦ୍ୱାରା ଏକତ୍ର କରାଯାଇଥିବା ୩୦ କୋଟିରୁ ଅଧିକ ଧନରାଶି ମନ୍ଦିର ନିର୍ମାଣ ପାଇଁ ପଥର ଉପରେ ଖର୍ଚ୍ଚ ହୋଇସାରିଛି। ଏକ କୋଟି ନଅ ହଜାର ବର୍ତ୍ତମାନ ମଧ୍ୟ ରାମ ଜନ୍ମଭୂମି ନ୍ୟାସର ଖାତାରେ ଧନରାଶି ଅଛି।