Odiapua.com

ଦେଶର ୪୭ ତମ ପ୍ରଧାନ ବିଚାରପତିଭାବେ ଶପଥ ନେଲେ ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ

ନୂଆଦିଲ୍ଲୀ ୧୮-୧୧ (ଓଡ଼ିଆ ପୁଅ) ବିଚାରପତି ଶରଦ ଅରବିନ୍ଦ ବୋବଡେ (Justice Sharad Arvind Bobde) ସୋମବାରଦିନ ଭାରତର ୪୭ ତମ ମୁଖ୍ୟ ବିଚାରପତି (Chief Justice of India) ରୂପେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଜଷ୍ଟିସ ବୋବଡେ ଜଷ୍ଟିସ ରଞ୍ଜନ ଗୋଗୋଈଙ୍କର ସ୍ଥାନରେ ଦେଶର ସିଜେଆଇ ହେଲେ। ଜଷ୍ଟିସ ଗୋଗୋଈ ଗତ ୧୩ ମାସରୁ ଦେଶର ସିଜେଆଇ ରହିବା ପରେ ରବିବାରଦିନ ଅବସର ନେଇଛନ୍ତି।

ସୂଚନାଯୋଗ୍ୟଯେ, ଜଷ୍ଟିସ ବୋବଡେ ମହାରାଷ୍ଟ୍ରର ଏକ ପ୍ରଖ୍ୟାତ ଓକିଲ ପରିବାରର ସଦସ୍ୟ। ମଧ୍ୟ ପ୍ରଦେଶ ହାଇକୋର୍ଟ ଚିଫ ଜଷ୍ଟିସ ରହିଥିଲେ। ବୋବଡେ ଏପ୍ରିଲ ୨୦୧୩ ରେ ସୁପ୍ରୀମ କୋର୍ଟର ବିଚାରପତି ରୂପେ ନିଯୁକ୍ତ ହେଇଥିଲେ। ଜଷ୍ଟିସ ବୋବଡେ ୨୩ ଅପ୍ରିଲ ୨୦୨୧ ପର୍ଯ୍ୟନ୍ତ ଦେଶର ସିଜେଆଇ ଭାବରେ କାର୍ଯ୍ୟ କରିବେ। ଜଷ୍ଟିସ ବୋବଡେଙ୍କର ପିତା ଅରବିନ୍ଦ ଶ୍ରୀନିବାସ ବୋବଡେ ମହାରାଷ୍ଟ୍ରର ପୂର୍ବତନ ମହାଧିବକ୍ତା ଥିଲେ।